କନକ ବ୍ୟୁରୋ: ଜାହାଜରେ ଧାରଣା ଦେଲେ ୨୧ଜଣ ନାବିକ । ଏମାନେ ଏମଭି ଦେବୀ ଜାହାଜର କ୍ରିଉ ମେମ୍ବର ଥିଲେ। ତେବେ ବର୍ଷେ ହେଲାଣି ପାରାଦୀପରେ ଏକରକମ ବନ୍ଦୀ ଜୀବନ କାଟୁଥିବାରୁ ସେମାନେ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ମଙ୍ଗଳବାର ପାରାଦୀପ ପୋର୍ଟ ଏମପିବି ବର୍ଥରେ ଲାଗିଥିଲା ଜାହାଜ । କ୍ରିଉମାନଙ୍କ ପାଇଁ ପାଣି ଓ ଜାହାଜରେ ଇନ୍ଧନ ଭରିବାକୁ ଆସିଥିଲା । ମାତ୍ର କ୍ରିଉ ମାନେ ଜାହାଜ ନ ଚଳାଇବାରୁ ଜାହାଜଟି ଆଙ୍କରେଜକୁ ଫେରି ନପାରି ବର୍ଥରେ ଅଟକି ରହିଛି । ୨୦୨୩ ନଭେମ୍ବର ୩୦ରେ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହୋଇଥିଲା । ସେବେଠାରୁ ପାରାଦୀପରେ ଅଟକି ରହିଛି ଜାହାଜ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜାହାଜ ଗିରଫ ହୋଇ ପାରାଦୀପ ପୋର୍ଟ ସମୁଦ୍ର ଆଙ୍କରେଜରେ ଅଟକ ଥିଲା । ବର୍ଷେ ହେବ ଭିଏତନାମର ଏହି କ୍ରିଉମାନେ ନିଜ ଘରକୁ ଫେରି ନପାରି ଜାହାଜ ଭିତରେ ବନ୍ଦୀ ଜୀବନ କାଟୁଛନ୍ତି ।
ଜାହାଜରେ ଧାରଣା ଦେଲେ ୨୧ଜଣ ନାବିକ । ଜାଣନ୍ତୁ, ଏହା ପଛର କାରଣ କଣ?
ଜାହାଜରେ ଧାରଣା ଦେଲେ ୨୧ଜଣ ନାବିକ । ଏମାନେ ଏମଭି ଦେବୀ ଜାହାଜର କ୍ରିଉ ମେମ୍ବର ଥିଲେ। ତେବେ ବର୍ଷେ ହେଲାଣି ପାରାଦୀପରେ ଏକରକମ ବନ୍ଦୀ ଜୀବନ କାଟୁଥିବାରୁ ସେମାନେ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି
/kanak/media/media_files/2024/11/28/gzaOEHcfMnUEOVoqwxJT.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)