କନକ ବ୍ୟୁରୋ : ପାରାଦୀପ ବନ୍ଦର ତୈଳବାହୀ ଜାହାଜରେ ୨୧ ପାକିସ୍ତାନୀ ନାଗରିକ । ଦକ୍ଷିଣ କୋରିଆରୁ ୧୩୫ ଟନ୍ ଅଶୋଧିତ ତୈଳ ନେଇ ପାରାଦୀପକୁ ଆସିବାକୁ ଥିବା ଜାହାଜରେ ଏହି ପାକିସ୍ତାନୀ ନାଗରିକ ମାନେ ରହିଥିବା ଜଣାପଡିଛି । ପାରାଦୀପ ଉପକୂଳ ଠାରୁ ୨୦ କିମି ଦୂରରେ ଥିବା ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମରେ ଲାଗିବ ଏହି ଜାହାଜ । ଏଥିରେ ୨୧ ଜଣ ପାକିସ୍ତାନୀ ନାଗରିକଙ୍କ ସହ ୨ଜଣ ଭାରତୀୟ ଓ ଜଣେ ଥାଇଲାଣ୍ଡର ନାଗରିକ ରହିଛନ୍ତି । ଜାହାଜରୁ ତୈଳ କଢାଯିବା ପର୍ଯ୍ୟନ୍ତ ଇମିଗ୍ରେସନ, କୋଷ୍ଟଗାର୍ଡ ଓ ମେରାଇନ ପୋଲିସ ଏହାର ତଦାରଖ କରିବେ, ପାକିସ୍ତାନୀ ନାଗରିକଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯିବ ।
ପାରାଦୀପ ବନ୍ଦରରେ ତୈଳବାହୀ ଜାହାଜରେ ୨୧ ପାକିସ୍ତାନୀ ନାଗରିକ । ଦକ୍ଷିଣ କୋରିଆରୁ ୧୩୫ ଟନ୍ ଅଶୋଧିତ ତୈଳ ନେଇ ବର୍ଥରେ ଲାଗିଛି ଜାହାଜ
ଦକ୍ଷିଣ କୋରିଆରୁ ୧୩୫ ଟନ୍ ଅଶୋଧିତ ତୈଳ ନେଇ ପାରାଦୀପକୁ ଆସିବାକୁ ଥିବା ଜାହାଜରେ ଏହି ପାକିସ୍ତାନୀ ନାଗରିକ ମାନେ ରହିଥିବା ଜଣାପଡିଛି ।
/kanak/media/media_files/2025/05/14/MZ6IdnHxv9YJGb89fh3d.jpg)