୨୦୨୬ ହେବ ରାଜନୀତି ପାଇଁ ପରୀକ୍ଷାର ବର୍ଷ, ରାଜ୍ୟସଭା ଓ ପଞ୍ଚାୟତ ନିର୍ବାଚନ କହିବ କାହାର କେତେ ଦମ୍ ?

Advertisment

ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ହେବ ନିର୍ଣ୍ଣାୟକର ବର୍ଷ । ରାଜ୍ୟରେ ବିଜେପି ଏବେ ଶାସନରେ ଅଛି। ସରକାରକୁ ଦେଢ ବର୍ଷ ବିତିଗଲାଣି। କିନ୍ତୁ ଏବେବି ଅନେକ ଦଳ ଆଗରେ ରହିଛି ଅନେକ ଆହ୍ବାନ। ସରକାରଙ୍କ କାର୍ଯ୍ୟକ୍ରମକୁ  ଲୋକାଭିମୁଖୀ କରି ଏକ ସକାରାତ୍ମକ ଭାବମୂର୍ତ୍ତି ତିଆରି କରିବା ରାଜ୍ୟ ବିଜେପି ପାଇଁ ବଡ଼ ଆହ୍ବାନ। ପଞ୍ଚାୟତ ଓ ପୌର ନିର୍ବାଚନ ଆଉ ବର୍ଷେ ଥିବାରୁ ଏବେଠୁ ତୃଣମୂଳ ସ୍ତରରେ ସଜାଡ଼ିବା ଗୁରୁତ୍ବପୂର୍ଣ୍ଣ।

ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ହେବ ନିର୍ଣ୍ଣାୟକର ବର୍ଷ । ରାଜ୍ୟରେ ବିଜେପି ଏବେ ଶାସନରେ ଅଛି। ସରକାରକୁ ଦେଢ ବର୍ଷ ବିତିଗଲାଣି। କିନ୍ତୁ ଏବେବି ଅନେକ ଦଳ ଆଗରେ ରହିଛି ଅନେକ ଆହ୍ବାନ। ସରକାରଙ୍କ କାର୍ଯ୍ୟକ୍ରମକୁ  ଲୋକାଭିମୁଖୀ କରି ଏକ ସକାରାତ୍ମକ ଭାବମୂର୍ତ୍ତି ତିଆରି କରିବା ରାଜ୍ୟ ବିଜେପି ପାଇଁ ବଡ଼ ଆହ୍ବାନ। ପଞ୍ଚାୟତ ଓ ପୌର ନିର୍ବାଚନ ଆଉ ବର୍ଷେ ଥିବାରୁ ଏବେଠୁ ତୃଣମୂଳ ସ୍ତରରେ ସଜାଡ଼ିବା ଗୁରୁତ୍ବପୂର୍ଣ୍ଣ।

state

କନକ ବ୍ୟୁରୋ : ବର୍ଷ ୨୦୨୬, ରାଜ୍ୟ ରାଜନୀତି ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ । ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ଅଗ୍ନିପରୀକ୍ଷା । ବିଜେପି ପ୍ରଥମଥର ଏକାକୀ କ୍ଷମତା ଦଖଲ କରିଥିଲେ ମଧ୍ୟ ବିକଶିତ ଓଡ଼ିଶା ଗଠନ କରିବା, ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ। ସେହିପରି ବିଜେଡି ପାଇଁ ଦଳୀୟ କନ୍ଦଳ ନିୟନ୍ତ୍ରଣ ଏବଂ କଂଗ୍ରେସ ପାଇଁ ସମସ୍ତଙ୍କୁ ଏକାଠି କରି ଚାଲିବା ଗୁରୁତ୍ବପୂର୍ଣ୍ଣ। 

ଅଧିକ ପଢ଼ନ୍ତୁ : ଏନଡିଏରୁ ଅଲଗା ହେବେ କି ମାଞ୍ଝୀ? ରାଜ୍ୟସଭା ସିଟକୁ ନେଇ ବିହାର ରାଜନୀତି ସରଗରମ

ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ହେବ ନିର୍ଣ୍ଣାୟକର ବର୍ଷ । ରାଜ୍ୟରେ ବିଜେପି ଏବେ ଶାସନରେ ଅଛି। ସରକାରକୁ ଦେଢ ବର୍ଷ ବିତିଗଲାଣି। କିନ୍ତୁ ଏବେବି ଅନେକ ଦଳ ଆଗରେ ରହିଛି ଅନେକ ଆହ୍ବାନ। ସରକାରଙ୍କ କାର୍ଯ୍ୟକ୍ରମକୁ  ଲୋକାଭିମୁଖୀ କରି ଏକ ସକାରାତ୍ମକ ଭାବମୂର୍ତ୍ତି ତିଆରି କରିବା ରାଜ୍ୟ ବିଜେପି ପାଇଁ ବଡ଼ ଆହ୍ବାନ। ପଞ୍ଚାୟତ ଓ ପୌର ନିର୍ବାଚନ ଆଉ ବର୍ଷେ ଥିବାରୁ ଏବେଠୁ ତୃଣମୂଳ ସ୍ତରରେ ସଜାଡ଼ିବା ଗୁରୁତ୍ବପୂର୍ଣ୍ଣ।  ସେହିପରି ମୁଖ୍ୟ ବିରୋଧୀ ଦଳ ବିଜେଡିରେ ଏବେ ବଢ଼ିଚାଲିଛି ଆଭ୍ୟନ୍ତରୀଣ କନ୍ଦଳ । ଏଭଳି ସ୍ଥିତିରେ ନିଜର ବଡ଼ ସଂଗଠନକୁ ଜାବୁଡ଼ି ରଖିବା, ବିଜେଡି ପାଇଁ ମୁଖ୍ୟ ଚ୍ୟାଲେଞ୍ଜ। ଅନ୍ୟପଟେ ଏକଲା ଚଲୋ ନୀତିରେ ଚାଲିଛି କଂଗ୍ରେସ। ନୂଆପଡ଼ା ଉପନିର୍ବାଚନରେ ଦଳ ଯଦିଓ ଦ୍ବିତୀୟ ସ୍ଥାନରେ ରହିଥିଲା କିନ୍ତୁ ନେତାଙ୍କ ମନ ମିଶୁନଥିବାରୁ ଏହା ଦଳ ପାଇଁ ବୁମେରାଂ ହୋଇପାରେ ।

ଅଧିକ ପଢ଼ନ୍ତୁ : Prashant Kishor : 'ନୀତିଶ ଯଦି ଏମିତି କରିବେ, ମୁଁ ରାଜନୀତି ଛାଡ଼ିଦେବି'

 ୨୦୨୬ ତିନି ଦଳ ପାଇଁ ଅଗ୍ନି ପରୀକ୍ଷା। ଏହାରି ଭିତରେ ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ବି ଉଦ୍ୟମ ଚାଲିଛି। କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ ସମର୍ଥନ ଯୋଗାଡରେ ଲାଗିଛନ୍ତି। ଖୁବଶୀଘ୍ର ନୂଆ ଦଳ ଗଠନ କରିବା ନେଇ ଚର୍ଚ୍ଚା ହେଉଛି। ଏହାରି ଭିତରେ ତିନି ରାଜନୈତିକ ଦଳକୁ ସତର୍କ କରିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।  ରାଜ୍ୟ ରାଜନୀତି ଆଗକୁ କେଉଁ ମୋଡ ନେଉଛି ତା ଉପରେ ସମସ୍ତଙ୍କ ନଜର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe