୨୦୨୪ ସବୁଠୁ ଉତ୍ତପ୍ତ ବର୍ଷ ; ୪୧ ଦିନ ଥିଲା ବିପଜ୍ଜନକ ତାପମାତ୍ରା

୨୦୨୪ ସବୁଠୁ ଉତ୍ତପ୍ତ ବର୍ଷ । ୧୯୦୧ ପରେ ଅଧିକ ତାତି ଅନୁଭୂତ ହୋଇଥିବା ଭାରତୀୟ ପାଣିପାଗ ବିଭାଗର ସୂଚନା । ଗତ ବର୍ଷ ବିଶ୍ୱରେ ୪୧ ଦିନ ଦେଖିବାକୁ ମିଳିଛି ବିପଜ୍ଜନକ ତାପମାତ୍ରା । 

15hot

କନକ ବ୍ୟୁରୋ: ବର୍ଷ ୨୦୨୪ ଥିଲା ଦେଶର ସବୁଠୁ ଉତ୍ତପ୍ତ ବର୍ଷ । ୧୯୦୧ ପରେ ୨୦୨୪ ଭାରତ ପାଇଁ ସବୁଠୁ ଉତ୍ତପ୍ତ ବର୍ଷ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଇଏମ୍‌ଡି ଅନୁସାରେ ଗତ ୧୨୩ ବର୍ଷ ମଧ୍ୟରେ ୨୦୨୪ରେ ଭାରତର ତାପମାତ୍ରା ସର୍ବାଧିକ ଥିଲା ଏବଂ ହାରାହାରି ସର୍ବନିମ୍ନ ତାପମାତ୍ରା ଦୀର୍ଘକାଳୀନ ହାରାହାରି ତାପମାତ୍ରାଠାରୁ ୦.୯୦ ଡିଗ୍ରି ସେଲସିୟସ୍ ଅଧିକ ରହିଥିଲା ।

 ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅନୁସାରେ, ୨୦୨୪ରେ ଭାରତରେ ବାର୍ଷିକ ହାରାହାରି ସ୍ଥଳପୃଷ୍ଠ ବାୟୁ ତାପମାତ୍ରା ଦୀର୍ଘମିଆଦି ହାରାହାରି ଠାରୁ ୦.୬୫ ଡିଗ୍ରି ସେଲସିୟସ୍ ଅଧିକ ଥିଲା । ୧୯୦୧ ପରଠାରୁ ୨୦୨୪ ହିଁ ସବୁଠାରୁ ଉଷ୍ମ ବର୍ଷ ଭାବେ ପରିଗଣିତ ହୋଇଛି । ଏହା ୨୦୧୬ର ତାପମାତ୍ରାକୁ ମଧ୍ୟ ଅତିକ୍ରମ କରିଛି । ସେହି ବର୍ଷ ସ୍ଥଳପୃଷ୍ଠର ହାରାହାରି ବାୟୁ ତାପମାତ୍ରା ସ୍ୱାଭାବିକଠାରୁ ୦.୫୪ ଡିଗ୍ରି ସେଲସିୟସ ଅଧିକ ରେକର୍ଡ କରାଯାଇଥିଲା । ଅନ୍ୟପଟେ ୟୁରୋପୀୟ ଜଳବାୟୁ ଏଜେନ୍ସି କୋପରନିକାସ୍ କହିଛି ଯେ, ୨୦୨୪ ସବୁଠାରୁ ତତଲା ବର୍ଷ ଭାବେ ଶେଷ ହୋଇଛି । ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍-ଶିଳ୍ପ ସ୍ତରଠାରୁ ୧.୫ ଡିଗ୍ରି ସେଲସିୟସ୍ ଅଧିକ ଥିବା ପ୍ରଥମ ବର୍ଷ ହୋଇଛି । ୨୦୨୪ରେ ବିଶ୍ୱରେ ୪୧ ଦିନ ବିପଜ୍ଜନକ ତାପମାତ୍ରା ଅନୁଭୂତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe