ଜୟପୁର ସିରିଏଲ ବିସ୍ଫୋରଣ ମାମଲା, ୪ଜଣ ଦୋଷୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ

Advertisment

ଜୟପୁରର ସ୍ୱତନ୍ତ୍ର କୋର୍ଟ ସୈଫୁର ରହମାନ, ମହମ୍ମଦ ସୈଫ, ମହମ୍ମଦ ସରୱାର ଆଜମୀ ଏବଂ ଶାହବାଜ ଅହମ୍ମଦକୁ ଦୋଷୀ ସାବ୍ୟସ୍ତ କରି ମଙ୍ଗଳବାର ଏହି ଦଣ୍ଡ ଘୋଷଣା କରିଛନ୍ତି । କୋର୍ଟ ୬୦୦ ପୃଷ୍ଠାରେ ତାଙ୍କର ରାୟ ପ୍ରଦାନ କରିଛନ୍ତି । 

ଜୟପୁରର ସ୍ୱତନ୍ତ୍ର କୋର୍ଟ ସୈଫୁର ରହମାନ, ମହମ୍ମଦ ସୈଫ, ମହମ୍ମଦ ସରୱାର ଆଜମୀ ଏବଂ ଶାହବାଜ ଅହମ୍ମଦକୁ ଦୋଷୀ ସାବ୍ୟସ୍ତ କରି ମଙ୍ଗଳବାର ଏହି ଦଣ୍ଡ ଘୋଷଣା କରିଛନ୍ତି । କୋର୍ଟ ୬୦୦ ପୃଷ୍ଠାରେ ତାଙ୍କର ରାୟ ପ୍ରଦାନ କରିଛନ୍ତି । 

Bomb blast-

କନକ ବ୍ୟୁରୋ: ଜୟପୁର ସିରିଏଲ ବିସ୍ଫୋରଣ ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଜୟପୁରର ସ୍ୱତନ୍ତ୍ର କୋର୍ଟ ସୈଫୁର ରହମାନ, ମହମ୍ମଦ ସୈଫ, ମହମ୍ମଦ ସରୱାର ଆଜମୀ ଏବଂ ଶାହବାଜ ଅହମ୍ମଦକୁ ଦୋଷୀ ସାବ୍ୟସ୍ତ କରି ମଙ୍ଗଳବାର ଏହି ଦଣ୍ଡ ଘୋଷଣା କରିଛନ୍ତି । କୋର୍ଟ ୬୦୦ ପୃଷ୍ଠାରେ ତାଙ୍କର ରାୟ ପ୍ରଦାନ କରିଛନ୍ତି । ଗତ ୨୦୦୮ ମସିହା ମେ’ ୧୩ରେ ଜୟପୁରରେ ଗୋଟିଏ ପରେ ସିରିଜ ବିସ୍ଫୋରଣ ଘଟଣା ଘଟିଥିଲା । ଗୋଟିଏ ପରେ ଗୋଟିଏ ଆଠଟି ବୋମା ବିସ୍ଫୋରଣରେ ଚାଲି ଯାଇଥିଲା ନିରୀହ ଜୀବନ । ତେବେ ଚାନ୍ଦପୋଲ ବଜାରର ଏକ ମନ୍ଦିର ନିକଟରେ ଏକ ବୋମାକୁ ନିଷ୍କ୍ରିୟ କରାଯାଇଥିଲା । ସମଗ୍ର ଦେଶକୁ ଥରାଇ ଦେଇଥିବା ଏହି ସିରିଏଲ ବିସ୍ଫୋରଣରେ ୭୧ ଜଣ ପ୍ରାଣ ହରାଇଥିଲେ ଓ ୧୮୫ ଜଣ ଆହତ ହୋଇଥିଲେ । ଜୟପୁର ବୋମା ବିସ୍ଫୋରଣ ସହିତ ଜଡ଼ିତ ୮ଟି ଭିନ୍ନଭିନ୍ନ ମାମଲାରେ ଏହି ଚାରି ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ପରେ, ରାଜସ୍ଥାନ ହାଇକୋର୍ଟ ମାର୍ଚ୍ଚ ୨୦୨୩ରେ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ତେବେ ଉକ୍ତ ଅଫୁଟା ବୋମା ସେମାନଙ୍କୁ ପୁଣି ଜେଲ୍‌ ଭିତରକୁ ଟାଣି ନେଇଛି । ୧୭ ବର୍ଷ ପୁରୁଣା ଏହି ମାମଲାରେ, ସରକାରୀ ଓକିଲ ୧୧୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ ଏବଂ ପ୍ରାୟ ୧୨୦୦ ଦସ୍ତାବିଜ କୋର୍ଟରେ ଉପସ୍ଥାପନ କରିଥିଲେ । ସମସ୍ତ ସାକ୍ଷୀ ଓ ଅନ୍ୟ ପ୍ରମାଣକୁ ଆଧାର କରି ସୁପ୍ରିମକୋର୍ଟ ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe