କନକ ବ୍ୟୁରୋ: ଲୋପ ପାଉଛି ମାଓବାଦ। ଅସ୍ତ୍ର ତ୍ୟାଗ କରି ଶାନ୍ତି ପଥେ ଆଗେଇ ଆସିଛନ୍ତି ମାଓବାଦୀ । ମାଓ ଇତିହାସର ପ୍ରଥମ କରି ପ୍ରାୟ ୨୦୦ ମାଓବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ଧାରା ରେ ଶାମିଲ ହବାକୁ ଯାଉଛନ୍ତି ।
ଛତିଶଗଡ଼ ଦଣ୍ଡକାରଣ୍ୟ ସ୍ପୋଶାଲ ଯୋନାଲ କମିଟି ରୁ ପ୍ରାୟ ୧୪୦ ରୁ ଉର୍ଦ୍ଧ୍ବ ଏବଂ ଉତ୍ତର ବସ୍ତର ଡିଭିଜନର ୫୦ରୁ ଉର୍ଦ୍ଧ୍ବ ମାଓବାଦୀ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅସ୍ତ୍ର ତ୍ୟାଗ କରିବେ । ପ୍ରାୟ ୨୦୦ ମାଓବାଦୀ ଆତ୍ମସମର୍ପଣ କରିବେ । ଦିନ ୧୧ଟାରେ ଛତିଶଗଡ଼ର ଜଗଦଲପୁର ଠାରେ ଏକ ବିରାଟ ସାଧାରଣ ସଭାରେ ମାଓବାଦୀ ମାନେ ଆତ୍ମମର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟି ମୁଖ୍ୟ ରୁପେଶଙ୍କ ସମେତ ୧୪୦ ମାଓବାଦୀ ଅସ୍ତ୍ର ତ୍ୟାଗ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/17/mao-2025-10-17-07-45-31.jpg)