Advertisment

ouat garden

କନକ ବ୍ୟୁରୋ: ଏ କାଜୁ ବଗିଚା ହେଉଛି ସର୍ବଭାରତୀୟ କାଜୁ ଗବେଷଣା ପ୍ରକଳ୍ପର ଅଂଶ। ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ହେବ ଏ ସ୍ଥାନରେ ୧୧୭ରୁ ଅଧିକ ବିରଳ ପ୍ରଜାତିର କାଜୁକୁ ନେଇ ଗବେଷଣା କରାଯାଉଛି । ଭୁବନେଶ୍ୱର ରଣସିଂହପୁରରେ ଥିବା ଏହି ଜାଗାଟିକୁ  ଗବେଷଣା ଉଦ୍ଦେଶ୍ୟରେ ସରକାର ଓୟୁଏଟିକୁ ଦେଇଥିଲେ। ଏବେ ଏହି ୪୫ ଏକର ଜମିକୁ ଏମ୍ସ ଭୁବନେଶ୍ୱରର ସଂପ୍ରସାରଣ ପାଇଁ ପ୍ରସ୍ତାବ ଦିଆଯାଇଛି । ତେବେ ପଶ୍ନ ଉଠୁଛି କୃଷି କ୍ଷେତ୍ରରେ ଗବେଷଶା ପାଇଁ ଥିବା ଏହି ଜମିକୁ ଅନ୍ୟ ବିଭାଗ ହାତକୁ ଟେକିଦେଲେ କେମିତି ଚାଲିବ ବିଶ୍ୱବିଦ୍ୟାଳୟ?

ରାଜ୍ୟର ଏକମାତ୍ର କୃଷି ବିଶ୍ୱବିଦ୍ୟାଳୟ ଭାବେ ସୁନାମ ଅର୍ଜନ କରିଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦଖଲରେ ଥିବା ଜମି ଅନ୍ୟ ବିଭାଗ ହାତକୁ ଚାଲିଯାଇଛି।

  • ଅନ୍ୟ ବିଭାଗ ହାତରେ ଓୟୁଏଟି ଜମି
  • ୧୯୬୨ ମସିହାରୁ ପ୍ରତିଷ୍ଠିତ ହୋଇଛି ଓୟୁଏଟି ବିଶ୍ୱବିଦ୍ୟାଳୟ
  • ବିଶ୍ୱବିଦ୍ୟାଳୟ ଦଖଲରେ ପ୍ରାୟ ୪,୦୨୩ ଏକରରୁ ଅଧିକ ଜାଗା ଅଛି
  • ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନେଇଛି ପ୍ରାୟ ୧୫୦୦ ଏକର
  • ଜଳସେଚନ ବିଭାଗ ନେଇଛି ପ୍ରାୟ ୬୫୦ ଏକରରୁ ଅଧିକ ଜାଗା
  • କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନେଇଛି ୧୩୦୦ରୁ ଅଧିକ ଜାଗା

କୃଷି ଗବେଷଣା ବିଶ୍ୱବିଦ୍ୟାଳୟକୁ ଲାଇବ୍ରେରି, ଶ୍ରେଣୀଗୃହ ଓ ଗବେଷଣା ପାଇଁ ଜମି ନିହାତି ଆବଶ୍ୟକ। ଏଠି କ୍ଲାସରୁମ ଅପେକ୍ଷା ପ୍ରାକ୍ଟିକାଲ ଜ୍ଞାନ ହିଁ ଛାତ୍ରଛାତ୍ରୀଙ୍କୁ ଗୁଣାମକ ଶିକ୍ଷା ଦିଗରେ ସହାୟକ ହୁଏ । କିନ୍ତୁ ଜମି କମି କମି ଯାଉଥବାରୁ ଏହା ଗବେଷଣା, କୃଷି ଶିକ୍ଷା ଓ ସଂପ୍ରସାରଣ ଆଦିକୁ ପ୍ରଭାବିତ କରୁଛି । ଏପରି ହେଲେ ଆଗକୁ ମାନ୍ୟତା ହରାଇପାରେ ଓୟୁଏଟି।