୨୦ ବର୍ଷ, ୭ ମ୍ୟାଚ ୭ ବିଜୟ: ହୋଲକର ଷ୍ଟାଡିୟମରେ କେବେ ହାରିନି ଭାରତ

Advertisment

ସେହିପରି ଏହି ମ୍ୟାଚରେ ଅଭିଜ୍ଞ କେଏଲ ରାହୁଲଙ୍କ ଶତକ ଦଳ ପାଇଁ ଏକ ଶୁଭ ସଂକେତ । ତାଙ୍କର ଫର୍ମ ଦଳର ମଧ୍ୟକ୍ରମକୁ ସୁଦୃଢ କରିବ। ଅନ୍ୟପକ୍ଷରେ ବୋଲିଂ ବିଭାଗରେ ଭାରତ ଯଦି ଅର୍ଶଦୀପ ସିଂଙ୍କୁ ଖେଳାଏ, ତେବେ ପ୍ରସିଦ୍ଧ କୃଷ୍ଣଙ୍କୁ ବସାଇବାର ସମ୍ଭାବନା ରହିଛି।

ସେହିପରି ଏହି ମ୍ୟାଚରେ ଅଭିଜ୍ଞ କେଏଲ ରାହୁଲଙ୍କ ଶତକ ଦଳ ପାଇଁ ଏକ ଶୁଭ ସଂକେତ । ତାଙ୍କର ଫର୍ମ ଦଳର ମଧ୍ୟକ୍ରମକୁ ସୁଦୃଢ କରିବ। ଅନ୍ୟପକ୍ଷରେ ବୋଲିଂ ବିଭାଗରେ ଭାରତ ଯଦି ଅର୍ଶଦୀପ ସିଂଙ୍କୁ ଖେଳାଏ, ତେବେ ପ୍ରସିଦ୍ଧ କୃଷ୍ଣଙ୍କୁ ବସାଇବାର ସମ୍ଭାବନା ରହିଛି।

holker

holker Photograph: (Kanak News)

କନକ ବ୍ୟୁରୋ: ଇନ୍ଦୋରରେ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ ମଧ୍ୟରୁ ଭାରତ ଓ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏଁ ଜିତିଥିବାରୁ ଶୃଙ୍ଖଳା ଏବେ ୧-୧ରେ ବରାବର ରହିଛି । ୩ୟ ମ୍ୟାଚ ଯେଉଁ ଦଳ ଜିତିବ ସେ ଶୃଙ୍ଖଳା ମଧ୍ୟ ଜିତିବ । ଏଣୁ ଏହି ମ୍ୟାଚକୁ ଜିତି ଶୃଙ୍ଖଳା ହାତେଇବାକୁ ଉଦ୍ୟମ କରିବେ ଉଭୟ ଦଳ । ଭାରତର ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମା ଏବେ ଫର୍ମରେ ଅଛନ୍ତି । କିନ୍ତୁ ୨ୟ ମ୍ୟାଚରେ ଉଭୟ ଭଲ ପ୍ରଦର୍ଶନ କରିପାରିନଥିଲେ । ତେବେ ଅଧିନାୟକ ଶୁବମନ ଗିଲ୍ ଅର୍ଦ୍ଧଶତକ ଅର୍ଜନ କରି ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି । 

ସେହିପରି ଏହି ମ୍ୟାଚରେ ଅଭିଜ୍ଞ କେଏଲ ରାହୁଲଙ୍କ ଶତକ ଦଳ ପାଇଁ ଏକ ଶୁଭ ସଂକେତ । ତାଙ୍କର ଫର୍ମ ଦଳର ମଧ୍ୟକ୍ରମକୁ ସୁଦୃଢ କରିବ। ଅନ୍ୟପକ୍ଷରେ ବୋଲିଂ ବିଭାଗରେ ଭାରତ ଯଦି ଅର୍ଶଦୀପ ସିଂଙ୍କୁ ଖେଳାଏ, ତେବେ ପ୍ରସିଦ୍ଧ କୃଷ୍ଣଙ୍କୁ ବସାଇବାର ସମ୍ଭାବନା ରହିଛି। ଗତ ମ୍ୟାଚରେ ଭାରତୀୟ ଦଳ ୬ଷ୍ଠ ବୋଲରଙ୍କ ଅଭାବ ଅନୁଭବ କରିଥିଲା। ଏହାର ଫାଇଦା ନେଇ ନିଜ ଦଳ ପାଇଁ ବିଜୟ ଆଣିଦେଇଥିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡାରିଲ ମିଚେଲ୍ । ଏଣୁ ଏହି ବୋଲିଂ ଦୁର୍ବଳତାକୁ ଭାରତ କିପରି ଦୂର କରିବ ତାହା ଦେଖିବା କଥା।

ଆହୁରି ପଢ଼ନ୍ତୁ... ଭାରତୀୟ ହୋଇଥିବାରୁ ଆଇସିସି ଅଧିକାରୀଙ୍କୁ ଭିସା ଦେବାକୁ ମନା କଲା ବାଂଲାଦେଶ, ଜାଣନ୍ତୁ ପୂରା ଘଟଣା...

ହୋଲକର ଷ୍ଟାଡିୟମରେ ହାରିନାହିଁ ଭାରତ
ଇନ୍ଦୋରର ହୋଲକର ଷ୍ଟାଡିୟମରେ ୨୦ ବର୍ଷ ତଳେ ଅର୍ଥାତ ୨୦୦୬ରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଥିଲା। ଭାରତୀୟ ଦଳ ଏପର୍ଯ୍ୟନ୍ତ ଏହି ଷ୍ଟାଡିୟମରେ ୭ଟି ମ୍ୟାଚ ଖେଳିଛି ଓ ସବୁମ୍ୟାଚରେ ବିଜୟ ହାସଲ କରିଛି। ଅର୍ଥାତ ଇନ୍ଦୋରରେ ଭାରତର ରେକର୍ଡ ୭-୦ ରହିଛି। ଏହି ଷ୍ଟାଡିୟମରେ ଶେଷ ମ୍ୟାଚ ୨୪ ସେପ୍ଟେମ୍ବର ୨୦୨୩ରେ ଖେଳାଯାଇଥିଲା, ଯେଉଁଥିରେ ଭାରତ ଅଷ୍ଟ୍ରେଲିଆକୁ ୯୯ ରନରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ଶ୍ରେୟସ ଆୟର ଓ ଶୁବମନ ଗିଲ ଶତକ ଅର୍ଜନ କରିଥିଲେ। ଏଣୁ ଏହି ଷ୍ଟାଡିୟମର ପୂର୍ବ ରେକର୍ଡ ଭାରତ ସପକ୍ଷରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe