କନକ ବ୍ୟୁରୋ: ମହାରାଷ୍ଟ୍ର ଧାରାଶିବ ଜିଲ୍ଲାର ସିନ୍ଦେ କଲେଜର ଏକ ଘଟଣା ଆପଣଙ୍କୁ ଭାବୁକ କରିବ ନିଶ୍ଚୟ । ଫେୟାରୱେଲ କାର୍ଯ୍ୟକ୍ରମ ଥିଲା, ଫେୟାରୱେଲ ଭାଷଣ ଦେଉଥିଲେ ୨୦ ବର୍ଷୀୟା ଛାତ୍ରୀ ବର୍ଷା ଖରାତ୍ । ବେଶ୍ ଖୁସି ମିଜାଜରେ ଥିଲେ । ହସି ହସି ଜୁନିଅର ଓ ଶିକ୍ଷକଙ୍କୁ ସମ୍ବୋଧନ ବି କଲେ । ମାତ୍ର କେଇ ମିନିଟ ପରେ ହଠାତ୍ ଷ୍ଟେଜ୍ ଉପରେ କଚାଡି ହୋଇ ପଡିଗଲେ । କିଛି ବୁଝିପାରିଲେନି ଛାତ୍ରଛାତ୍ରୀ ଓ ଶିକ୍ଷକ । ମୁହଁରେ ପାଣି ଛିଞ୍ଚି ଚେତା ଫେରାଇଆଣିବାକୁ ଚେଷ୍ଟା କଲେ । ହେଲେ କିଛି ଲାଭ ନହେବାରୁ ତାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲକୁ ନେଇଗଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ଅନୁସାରେ, ବର୍ଷାଙ୍କର ୮ ବର୍ଷ ବୟସରେ ହାର୍ଟ ସର୍ଜରୀ ହୋଇଥିଲା । ହେଲେ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଏବଂ କୌଣସି ଔଷଧ ଖାଉନଥିଲେ । ତାଙ୍କ ଜୀବନଶୈଳୀ ସାମାନ୍ୟ ଥିଲା । କିନ୍ତୁ ହଠାତ୍ ତାଙ୍କର ଏଭଳି ମୃତ୍ୟ ସମସ୍ତଙ୍କ ଦୁଃଖୀ କରିଛି ।