କନକ ବ୍ୟୁରୋ : ରାଜସ୍ଥାନର ଯୋଧପୁରରେ ଜଳିଗଲା ବସ । ୨୦ ଯାତ୍ରୀ ଜୀବନ୍ତଦଗ୍ଧ । ଯୋଧପୁର ରାଜପଥରେ ଏକ ଭୟାନକ ବସ୍ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି । ଜୈସଲମେରରୁ ୨୦ କିଲୋମିଟର୍ ଦୂରରେ ଅବସ୍ଥିତ ୱାର୍ ମ୍ୟୁଜିୟମ୍ ନିକଟରେ ଏକ ଘରୋଇ ବସ୍‌ରେ ହଠାତ ନିଆଁ ଲାଗି ଏହା ସଂପୂର୍ଣ୍ଣ ଜଳିଯାଇଛି । ବସ୍‌ରେ ୫୭ ଜଣ ଯାତ୍ରୀ ଥିବା ୨୦ ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ମିଳିଛି । ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । 

Advertisment

ବସଟ ଜୈସଲମେର୍‌ରୁ ଯୋଧପୁରକୁ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଯାତ୍ରା କରୁଥିବା ସୟମରେ ବସ୍‌ର ପଛ ଭାଗରୁ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା । ଏବଂ କିଛି ମିନିଟ୍ ମଧ୍ୟରେ ପୂରା ବସ୍ ଏକ ଅଗ୍ନିପିଣ୍ଡୁଳା ପାଲଟି ଯାଇଥିଲା । ଜୀବନ ବଞ୍ଚାଇବା ପାଇଁ କବାଟ ଓ ଝରକା ଦେଇ ବାହାରିବାକୁ ଉଦ୍ୟମ କରିଥିଲେ ଯାତ୍ରୀ ।  କିନ୍ତୁ ଅଧିକାଂଶ ବିଫଳ ହୋଇଥିଲେ । ଖବର ପାଇ ନିକଟସ୍ତ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ପ୍ରାଥମିକ ତଦନ୍ତରୁ ବସ୍‌ରେ ସଟ୍ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । କିନ୍ତୁ ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ହୋଇନାହିଁ । ଯୋଧପୁରରୁ ଫରରେନସିକ ଟିମ୍ ଦୁର୍ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ କରିଛି ।