କନକ ବ୍ୟୁରୋ: ୬ ମାସ ମଧ୍ୟରେ ୨୦ ଲକ୍ଷ ଲୋକଙ୍କୁ ମିଳିବ ଘର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ବାଲେଶ୍ୱର ସୋରରେ ବାତ୍ୟାର ସ୍ଥିତି ସମୀକ୍ଷା ପରେ ଏଭଳି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ସୋର, ବାହାନଗା, ସିମୁଳିଆ, ଔପଦା, ନୀଳଗିରି ର ବିଭିନ୍ନ ବ୍ଲକ ର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଲୋକମାନଙ୍କୁ ଭୟ କରିବାର କିଛି ନାହିଁ ବୋଲି ଲୋକ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ଘର ଭାଙ୍ଗି ଥିବା ଲୋକମାନଙ୍କୁ କୌଣସି ଚିନ୍ତା କରିବାର ନାହିଁ, ନୂତନ ଘର ଦିଆଯିବ କହିଛନ୍ତି ଗ୍ରାମ୍ୟ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ।
୨୦ ଲକ୍ଷ ଲୋକଙ୍କୁ ମିଳିବ ଘର ; ବାତ୍ୟା ସମୀକ୍ଷା ପରେ ମନ୍ତ୍ରୀଙ୍କ ଘୋଷଣା
୬ ମାସ ମଧ୍ୟରେ ୨୦ ଲକ୍ଷ ଲୋକଙ୍କୁ ମିଳିବ ଘର । ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା । ବାଲେଶ୍ୱର ସୋରରେ ବାତ୍ୟା ସମୀକ୍ଷା ପରେ ରବି ନାରାୟଣ ନାୟକଙ୍କ ଘୋଷଣା । ଘର ଭାଙ୍ଗି ଥିବା ଲୋକ ମାନେ କୌଣସି ଚିନ୍ତା କରିବାର ନାହିଁ, ନୂତନ ଘର ଦିଆଯିବ ।