କନକ ବ୍ୟୁରୋ : ଆଇନ ଛାତ୍ରୀଙ୍କ କଳା କାଇନାମା । କୋର୍ଟରେ ଚାକିରୀ କରାଇ ଦେବାକୁ କହି ଲୁଟ । ରାଉରକେଲା ଓ ସୁନ୍ଦରଗଡ଼ ଅଞ୍ଚଳର ୧୮ ଜଣ ଯୁବତୀଙ୍କଠୁ ପାଖା ପାଖି ୨୦ ଲକ୍ଷ ଟଙ୍କା ଠକେଇ କରିଛନ୍ତି ଛାତ୍ରୀ ଜଣକ । କୋର୍ଟରେ କିରାଣୀ ପାଇଁ ଦେଢ଼ ଲକ୍ଷ । କୋର୍ଟ ସବ ଇନ୍ସପେକ୍ଟର ପାଇଁ ଅଢେଇ ଲକ୍ଷ । କନିଷ୍ଠ କିରାଣୀ ପାଇଁ ଲକ୍ଷେ ଓ ପିଅନ ପାଇଁ ୫୦ ହଜାର । ଏଭଳି ବିଭିନ୍ନ ପଦ ପଦବୀରେ ଚାକିରୀ କରାଇଦେବାକୁ କହି ଲକ୍ଷ ଲକ୍ଷ ଠକିଛନ୍ତି । ଅଭିଯୋଗ ହେବା ପରେ ପୋଲିସ ଦୁଇ ଠକ ଦମ୍ପତ୍ତିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ।
ଗିରଫ ହୋଇଥିବା ଆଇନ ଛାତ୍ରୀ ଲକ୍ଷ୍ମୀ ତନ୍ତି ଏବେ ଆଇନ ପାଠ ପଢିବା ସହ ରାଉରକେଲା କୋର୍ଟରେ ଜଣେ କ୍ଲର୍କ ପାଖରେ କାମ କରନ୍ତି । ନିଜେ ଓକିଲ ପରି କଳା କୋର୍ଟ ପିନ୍ଧି କୋର୍ଟକୁ ଆସୁଥିବା ନିରୀହ ଯୁବକ ଯୁବତୀଙ୍କୁ ଟାର୍ଗେଟ କରନ୍ତି । ବିଶ୍ୱାସ ଜନ୍ମଇବା ପରେ ଅପୋଇନମେଣ୍ଟ ଲେଟର ଓ ଆଇଡି କାର୍ଡ ଦିଅନ୍ତି । ଏପରିକି କିଛି ଚାକିରୀ ଆଶାୟୀଙ୍କୁ କୋର୍ଟ କୁ ଡକାଇ ବିଭିନ୍ନ ବିଭାଗ ବୁଲାଇ ଦେଖାଇବା ସହ ବିଶ୍ୱାସ ଭାଜନ ହୋଇଥାନ୍ତି । ଶୁଣନ୍ତୁ କଣ କହୁଛନ୍ତି ଠକେଇର ଶୀକାର ଯୁବତୀ ।