ସ୍କୁଲରୁ ବାହାରିଲା ବିଶାଳ ଅହିରାଜ ; ଅଳ୍ପକେ ବଞ୍ଚିଲେ ଛାତ୍ରଛାତ୍ରୀ

ସ୍କୁଲରେ ୨୦ ଫୁଟର ଅହିରାଜ । ଗଜପତି ଏସ୍ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶ୍ରେଣୀଗୃହରେ ପଶିଥିଲା ସାପ । ଉଦ୍ଧାର କଲେ ସ୍ନେକ୍ ହେଲପ ଲାଇନ ସଦସ୍ୟ। ସ୍କୁଲରେ ବାହାରିଲା ଅହିରାଜ

King cobra

King cobra Photograph: (KanakNews)

କନକ ବ୍ୟୁରୋ: ସ୍କୁଲରେ ୨୦ ଫୁଟର ଅହିରାଜ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ଏସ୍ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ୨୦ ଫୁଟ ଲମ୍ବାର ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି । ଗଞ୍ଜାମ ଚିକିଟିରୁ ସ୍ନେକ ହେଲ୍ପଲାଇନ ସଦସ୍ୟ ଆସି ସାପକୁ ଉଦ୍ଧାର କରିଛନ୍ତି । କିଛି ଦିନ ହେବ ବିଦ୍ୟାଳୟ ପରିସରରେ ସାପଟି ବୁଲୁଥିବା ବେଳେ ଧରାପଡିନଥିଲା । ଗତକାଲି ସନ୍ଧ୍ୟାରେ  ବିଦ୍ୟାଳୟ ପରିସରରେ ଥିବା ଶ୍ରେଣୀଗୃହକୁ ସାପ ପଶି ଆସିଥିଲା । ସ୍କୁଲ କର୍ମଚାରୀ ମାନେ ଉପସ୍ଥିତ ବୁଦ୍ଧି ଖଟାଇ ଶ୍ରେଣୀଗୃହର କବାଟ ବନ୍ଦ କରିଦେଇଥିଲେ । ଫଳରେ ସାପ ବାହାରକୁ ବାହାରି ପାରି ନଥିଲା । ସାପକୁ ଦେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଜଣାଇଥିଲେ । ଦୁଇ ଜଣ ସ୍ନେକ୍ ହେଲପଲାଇନ ସଦସ୍ୟ ଆସି ସାପକୁ ଉଦ୍ଧାର କରିଛନ୍ତି । ସାପଟି ଉଦ୍ଧାର କରିବା ପାଇଁ ସେମାନଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। ପ୍ରାୟ ଅଧ ଘଣ୍ଟା ପରେ ସାପ ଧରାପଡ଼ିଥିଲା ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe