ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଶିଶୁ ୱାର୍ଡରେ ଅଭାବନୀୟ ଘଟଣା ; ଔଷଧର ପାଶ୍ୱର୍ପ୍ରତିକ୍ରିୟା ଯୋଗୁଁ ୨୦ ଶିଶୁ ଅସୁସ୍ଥ,

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଶିଶୁ ୱାର୍ଡରେ ଅଭାବନୀୟ ଘଟଣା ; ଔଷଧର ପାଶ୍ୱର୍ପ୍ରତିକ୍ରିୟା ଯୋଗୁଁ ୨୦ ଶିଶୁ ଅସୁସ୍ଥ, ଇଞ୍ଜେକ୍ସନ ଦେବା ପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା

hospital

କନକ ବ୍ୟୁରୋ: ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ୱାର୍ଡରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହଠାତ୍ ଚିକିତ୍ସିତ ହେଉଥିବା ଶିଶୁଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବା ସହ ସମସ୍ତଙ୍କୁ କମ୍ପ ଆସିବା ଲକ୍ଷ୍ୟ କରାଯାଇଥିଲା ।

ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍ନରେ ଶିଶୁ ୱାର୍ଡରେ ଚିକିତ୍ସିତ ହେଉଥିବା ଶିଶୁଙ୍କୁ ସ୍ୱାସ୍ଥ୍ୟକର୍ମୀ ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା। ସମସ୍ତ ଶିଶୁଙ୍କୁ କମ୍ପ ହେବାରୁ ବାପା ମା ମାନେ ଭୟଭୀତ ହୋଇଯାଇଥିଲେ। ଇଞ୍ଜେକସନ ପ୍ରଭାବରେ ଏଭଳି ହେଉଥିବା ଅଭିଯୋଗ କରିଛନ୍ତି ଶିଶୁଙ୍କ ବାପା ମା। ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବା ବେଳେ ଏଡିଏମଙ୍କ ସମେତ ଏକ ଡାକ୍ତରୀ ଟିମ୍ ପହଞ୍ଚି ଶିଶୁଙ୍କୁ ଚିକିତ୍ସା କରି ସ୍ୱାଭାବିକ ସ୍ଥିତିକୁ ଆଣିଥିଲେ। ଏହି ଘଟଣାର ଯାଞ୍ଚ କରାଯିବ ବୋଲି କହିଛନ୍ତି ଏଡିଏମ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe