କନକ ବ୍ୟୁରୋ: ତେଲେଙ୍ଗାନା ପୁଲିସକୁ ବଡ଼ ସଫଳତା ମିଳିଛି । ୨୦ କ୍ୟାଡର ମାଓବାଦୀ ଗିରଫ ହୋଇଛନ୍ତି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା ଜବତ କରାଯାଇଛି । ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୦ଜଣ କ୍ୟାଡର ମାଓବାଦୀଙ୍କୁ ଗିରଫ କରାଯାଇଛି । ଜଣେ ଡିଭିସିଏମ, ୫ ଏସିଏମ, ୧୪ ପାର୍ଟି ମେମ୍ବରଙ୍କୁ ଗିରଫ କରାଯାଇଛି । ୱାଜେଡୁ, ଭେଙ୍କଟାପୁରମ, କନ୍ନଇଗୁଡେମ ଥାନା କ୍ଷେତ୍ରରୁ ଗିରଫ କରାଯାଇଛି । ୩ଟି ଇନସାସ, ୪ଟି ଏସଏଲଆର୍, ଗୋଟିଏ ୩୦୩ ରାଇଫଲ, ୪ଟି ୮ଏମମ ରାଇଫଲ ଜବତ କରାଯାଇଛି । ଏହାସହ ଗ୍ରେନେଡ, ୱାକି ଟକି ସମେତ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି ।