RAHUL GANDHI Photograph: (KanakNews )
କନକ ବ୍ୟୁରୋ: ଶନିବାର ଗୁଜୁରାଟର ଅହମଦାବାଦରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବଡ଼ ବୟାନ ଦେଇଛନ୍ତି। ରାହୁଲ କହିଛନ୍ତି, ମୁଁ କଂଗ୍ରେସ ଦଳର ଜଣେ ସଦସ୍ୟ ଏବଂ ମୁଁ ମଞ୍ଚରୁ କହିବାକୁ ଚାହୁଁଛି ଯେ, କଂଗ୍ରେସ ଦଳ ଗୁଜରାଟକୁ ରାସ୍ତା ଦେଖାଇପାରିବ ନାହିଁ। ସେ ଆହୁରି କହିଛନ୍ତି ଯେ, ଗୁଜରାଟ କଂଗ୍ରେସରେ ଦୁଇ ପ୍ରକାରର ଲୋକ ଅଛନ୍ତି। ଜଣେ ହେଉଛନ୍ତି ସେ ଯିଏ ଜନସାଧାରଣଙ୍କ ସହିତ ଛିଡ଼ା ହୁଅନ୍ତି, ଯାହାଙ୍କ ହୃଦୟରେ କଂଗ୍ରେସର ବିଚାରଧାରା ଅଛି।
ଏଥିସହ ରାହୁଲ କହିଛନ୍ତି, ଦ୍ୱିତୀୟଟି ହେଉଛନ୍ତି ସେହିମାନେ, ଯେଉଁମାନେ ଜନସାଧାରଣଙ୍କଠାରୁ ଦୂରରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧା ବିଜେପିରେ ଯୋଗ ଦେଇଛନ୍ତି। ଯେପର୍ୟ୍ୟନ୍ତ ଆମେ ଏମାନଙ୍କୁ ଅଲଗା ନ କରିଛୁ, ସେପର୍ୟ୍ୟନ୍ତ ଗୁଜରାଟର ଲୋକମାନେ ଆମ ଉପରେ ବିଶ୍ୱାସ କରିପାରିବେ ନାହିଁ ବୋଲି ରାହୁଲ କହିଛନ୍ତି ।
'ଗୁଜୁରାଟର ଲୋକମାନେ ବିକଳ୍ପ ଚାହାଁନ୍ତି'
ରାହୁଲ ଗାନ୍ଧୀ କହିଛନ୍ତି, ଗୁଜରାଟର ଲୋକମାନେ ଏକ ବିକଳ୍ପ ଚାହାଁନ୍ତି। ‘ବି’ ଟିମ୍ ଚାହୁଁନାହାଁନ୍ତି । ମୋର ଦାୟିତ୍ୱ ହେଉଛି ଏହି ଦୁଇଟି ଗୋଷ୍ଠୀକୁ ଛାଣିବା। ଆମ ପାଖରେ ସିଂହ ଅଛି କିନ୍ତୁ ପଛରେ ଏକ ଚେନ୍ ଅଛି, ଏବଂ ସମସ୍ତେ ପଛରେ ବନ୍ଧା ହୋଇଛନ୍ତି। ଅନ୍ୟପଟେ ଯଦି ଆମକୁ କଠୋର କାର୍ୟ୍ୟାନୁଷ୍ଠାନ ନେବାକୁ ପଡ଼େ। ଯଦି ୧୦, ୧୫, ୨୦, ୩୦ ଜଣଙ୍କୁ ବାହାର କରିବାକୁ ପଡ଼େ, ତେବେ ସେମାନଙ୍କୁ ବାହାର କରାଯିବା ଉଚିତ। ତୁମେ ଭିତରେ ବିଜେପି ପାଇଁ କାମ କରୁଛ। ତେଣୁ କଂଗ୍ରେସରେ ତୁମ ପାଇଁ କୌଣସି ସ୍ଥାନ ରହିବ ନାହିଁ ବୋଲି ସିଧା ସିଧା କହିବା ସହ ଚେତାବନୀ ଦେଇଛନ୍ତି ରାହୁଲ ।
Follow Us