କନକ ବ୍ୟୁରୋ : ଦୁଇ ଦିନ ହେଲା ୨ ଯୁବକଙ୍କ ମିଳୁନି ପତ୍ତା । ଗତକାଲି ଇବ ନଦୀର କାହ୍ନାକୁଣ୍ଡ ଠାରେ ଭାସିଯାଇଥିଲେ ଦୁଇ ଯୁବକ । କାହ୍ନାକୁଣ୍ଡ ଠାରେ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଛନ୍ତି । ଦୁଇ ଯୁବକ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ରୋଶନ ପାଶୱାନ ଓ ଜୟନାରାୟଣ ପାତ୍ର । ଗତକାଲି ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ଖୋଜାଖୋଜି କରିବା ପରେ ବନ୍ଦ କରିଥିଲେ ଅଗ୍ନିଶମ ବିଭାଗ । ଆଜି ପୁଣି ଖୋଜାଖୋଜି କରିବ ଅଗ୍ନିଶମ ବିଭାଗ । ପୂର୍ବରୁ ମଧ୍ୟ ସେଠାରେ ପାଣିରେ ଭାସି ୬ ଜଣଙ୍କ ମୃତ୍ୟୁ ହୋଇଛି ।
କାହ୍ନାକୁଣ୍ଡରେ ଗାଧୋଇବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ୨ ଯୁବକ ନିଖୋଜ
କାହ୍ନାକୁଣ୍ଡ ଠାରେ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଛନ୍ତି । ଦୁଇ ଯୁବକ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ରୋଶନ ପାଶୱାନ ଓ ଜୟନାରାୟଣ ପାତ୍ର ।
/kanak/media/media_files/2025/07/31/2-youths-missing-2025-07-31-08-57-31.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)