ଦିଲ୍ଲୀରେ ୨ ହଜାର କୋଟିରେ କୋକେନ: ଦିଲ୍ଲୀର ଏକ ଛୋଟ ଗୋଦାମରୁ ୨ ଶହ କିଲୋଗ୍ରାମର କୋକେନ ଜବତ

ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ରାଜେନ୍ଦ୍ର ନଗରରୁ ୨ ଶହ କିଲୋଗ୍ରାମର କୋକେନ ଜବତ କରିଛି । ଏହାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଚଙ୍କା ହେବ । ଏହି କୋକେନକୁ ଲୁଣ ପ୍ୟାକେଟରେ ଲୁଚାଯାଇଥିଲା ।

sdwsd

କନକ ବ୍ୟୁରୋ: ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ରାଜେନ୍ଦ୍ର ନଗରରୁ ୨ ଶହ କିଲୋଗ୍ରାମର କୋକେନ ଜବତ କରିଛି । ଏହାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଚଙ୍କା ହେବ । ଏହି କୋକେନକୁ ଲୁଣ ପ୍ୟାକେଟରେ ଲୁଚାଯାଇଥିଲା । ମାମଲାରେ ୪ ଜଣ ଗିରଫ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଲଣ୍ଡନ ଫେରାର ହୋଇଯାଇଛି । ଏକ କାରର ଜିପିଏସ ଲୋକେସନକୁ ଟ୍ରାକ କରି ପୁଲିସ ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ଏହି କାର ରାଜେନ୍ଦ୍ରନଗରରେ ଥିବା ଗୋଦାମ ଯାଏଁ ଯାଇଥିଲା । ଏହି ଗ୍ୟାଙ୍ଗ ନିକଟରୁ ପୂର୍ବରୁ ୫ ହଜାର ଶହ କୋଟି ଟଙ୍କାର  କୋକେନ ଜବତ ହୋଇଥିଲା । ଏହି ଘଟଣା ପରେ ପୁଲିସ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭ ହଜାର କୋଟି ଟଙ୍କାର କୋକେନ ଜବତ କରିସାରିଲାଣି । ଗିରଫ ହୋଇଥଇବା ଗ୍ୟାଙ୍ଗର ଅନ୍ତର୍ଜାତୀୟ  ଲିଙ୍କ ଥିବା ଜଣାଯାଇଛି । କାରବାରରେ ଦୁବାଇର ଏକ ବ୍ୟବସାୟୀଙ୍କ ନାଁ ରହିଛି ।  କୁହାଯାଉଛି, ଏହି ଗ୍ୟାଙ୍ଗ ଦିଲ୍ଲୀ ସମେତ ବିଭିନ୍ନ ସହରକୁ ଡ୍ରଗସ ସପ୍ଲାଇ କରିବାର ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe