ଦୁର୍ଘଟଣାରେ ଚାଲିଗଲା ୨ ଡିଏସପିଙ୍କ ଜୀବନ ; ଡିଭାଇଡରରେ ପିଟିହେଲା କାର୍

ଅକାଳରେ ଚାଲିଗଲା ୨ଡିଏସପିଙ୍କ ଜୀବନ । ଡିଭାଇଡ଼ର‌ରେ ପିଟି ହେବାରୁ ବଞ୍ଚିବା ପାଇଁ ଚେଷ୍ଟା କରୁଥିବା ବେଳେ ଲରିରେ ଧକ୍କା ହେଲା କାର୍ । ଆନ୍ଧ୍ରପଦେଶ କୈଥପୁରମର ଘଟଣା ।

22

କନକ ବ୍ୟୁରୋ: ଅକାଳରେ ଚାଲିଗଲା ୨ଡିଏସପିଙ୍କ ଜୀବନ । ଡିଭାଇଡ଼ର‌ରେ ପିଟି ହେବାରୁ ବଞ୍ଚିବା ପାଇଁ ଚେଷ୍ଟା କରୁଥିବା ବେଳେ ଲରିରେ ଧକ୍କା ହେଲା କାର୍ । କାରରେ ୪ଜଣ ଥିବା ବେଳେ ଅନ୍ୟ ୨ଜଣ ଆହତ ହୋଇଥିବା ଜଣାଯାଇଛି। ଘଟଣାଟି ଘଟିଥିଲା ଶନିବାର ସକାଳେ । ଭୋର ପ୍ରାୟ ୪.୪୫ ସମୟରେ କୈଥପୁରମ ଗ୍ରାମ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । କୌଣସି କାମରେ ହାଇଦ୍ରାବାଦ ଯାଉଥିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଜଣାଯାଇଛି । ମୃତକମାନେ ହେଲେ ଚକ୍ରଧର ରାଓ ଏବଂ ଶାନ୍ତା ରାଓ ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଡିଭାଇଡରରେ ଗାଡ଼ି ପିଟି ହେବାକୁ ଯାଉଥିବା ଦେଖି ଗାଡ଼ି ଚାଳକ କାରର ଷ୍ଟିଅରିଂ ବୁଲାଇ ଦେଇଥିଲେ । ଏହା ଫଳରେ ଗାଡ଼ିଟି ସାମ୍ନାରୁ ଆସୁଥିବା ଲରିରେ ପିଟି ହୋଇଥିଲା । ଅନ୍ୟ ଜଣେ କହିଛନ୍ତି ଯେ, ଡିଭାଇଡରର ବିପରୀତ ପାର୍ଶ୍ୱରେ ଯାଉଥିବା ଲରିଟି ଡିଭାଇଡର ଭାଙ୍ଗି  ଅଧିକାରୀଙ୍କ କାର ସହିତ ଧକ୍କା ଖାଇଥିଲା । ଏହା ଫଳରେ ଘଟଣାସ୍ଥଳରେ ହିଁ ଚକ୍ରଧର ରାଓ ଏବଂ ଶାନ୍ତା ରାଓଙ୍କ ମୃତ୍ୟୁ ହୋଇଥିଲା । ଏହି ଧକ୍କାରେ କାରରେ ଥିବା ଅତିରିକ୍ତ ପୁଲିସ ଅଧିକ୍ଷକ ଦୁର୍ଗା ପ୍ରସାଦ ଏବଂ ଡ୍ରାଇଭର ନରସିଂହ ରାଓ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe