ଚୌଦ୍ବାର ଜେଲ୍‌ରୁ ୨ଡକାୟତ ଚମ୍ପଟ ଘଟଣା : କଏଦୀଙ୍କୁ ଧରିବା ପାଇଁ ତିନୋଟି ସ୍ପେଶାଲ ଟିମ୍‌ ଗଠନ

ଚୌଦ୍ବାର ଜେଲ୍‌ରୁ ୨ଡକାୟତ ଚମ୍ପଟ ହେବା ଘଟଣା  ।  କଏଦୀଙ୍କୁ ଧରିବା ପାଇଁ ତିନୋଟି ଟିମ୍‌ ଗଠନ କରାଯାଇଛି ।  ଏହି ଟିମ୍ ମଧ୍ୟ ବାହାର ରାଜ୍ୟକୁ ଯାଇ ଖୋଜାଖୋଜି କରିବା ଆରମ୍ଭ କରିଛନ୍ତି ।

17

Photograph: (KANAKNEWS)

କନକବ୍ୟୁରୋ : ଚୌଦ୍ବାର ଜେଲ୍‌ରୁ ୨ଡକାୟତ ଚମ୍ପଟ ହେବା ଘଟଣା  ।  କଏଦୀଙ୍କୁ ଧରିବା ପାଇଁ ତିନୋଟି ଟିମ୍‌ ଗଠନ କରାଯାଇଛି ।   ଏହି ଟିମ୍ ମଧ୍ୟ ବାହାର ରାଜ୍ୟକୁ ଯାଇ ଖୋଜାଖୋଜି କରିବା ଆରମ୍ଭ କରିଛନ୍ତି ।  ଜେଲରୁ କଏଦୀ ଫେରାର ହେବା ଘଟଣା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।  ପାଚେରୀ ଚଢ଼ି କଏଦୀ ଫେରାର ହୋଇଛନ୍ତି ।  ଜେଲ୍‌ ପାଚେରୀରେ ଝୁଲିଥିବା କମ୍ବଳକୁ ଯୋଡ଼ି ତିଆରି କରିଥିବା ଦଉଡ଼ି ସହାୟତାରେ ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି ଦୁଇ କଏଦୀ । ଗୁରୁବାର ରାତି ପ୍ରାୟ ଗୋଟାଏ । ହାଇ ସିକ୍ୟୁରିଟି ସେଲରେ ଥିବା ଦୁଇ ବିହାରୀ କୁଖ୍ୟାତ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ଚମ୍ପଟ ମାରିଛନ୍ତି । ଦୁଇ କଏଦୀଙ୍କ ଫଟୋ ଜାରି କରିଛି ପୁଲିସ ।   ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ସେଲ୍‌ର ଦାୟିତ୍ବରେ ଥିବା ୱାର୍ଡର ଓ ଚିଫ୍ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe