କନକବ୍ୟୁରୋ : ଚୌଦ୍ବାର ଜେଲ୍ରୁ ୨ଡକାୟତ ଚମ୍ପଟ ହେବା ଘଟଣା । କଏଦୀଙ୍କୁ ଧରିବା ପାଇଁ ତିନୋଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ମଧ୍ୟ ବାହାର ରାଜ୍ୟକୁ ଯାଇ ଖୋଜାଖୋଜି କରିବା ଆରମ୍ଭ କରିଛନ୍ତି । ଜେଲରୁ କଏଦୀ ଫେରାର ହେବା ଘଟଣା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ପାଚେରୀ ଚଢ଼ି କଏଦୀ ଫେରାର ହୋଇଛନ୍ତି । ଜେଲ୍ ପାଚେରୀରେ ଝୁଲିଥିବା କମ୍ବଳକୁ ଯୋଡ଼ି ତିଆରି କରିଥିବା ଦଉଡ଼ି ସହାୟତାରେ ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି ଦୁଇ କଏଦୀ । ଗୁରୁବାର ରାତି ପ୍ରାୟ ଗୋଟାଏ । ହାଇ ସିକ୍ୟୁରିଟି ସେଲରେ ଥିବା ଦୁଇ ବିହାରୀ କୁଖ୍ୟାତ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ଚମ୍ପଟ ମାରିଛନ୍ତି । ଦୁଇ କଏଦୀଙ୍କ ଫଟୋ ଜାରି କରିଛି ପୁଲିସ । ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ସେଲ୍ର ଦାୟିତ୍ବରେ ଥିବା ୱାର୍ଡର ଓ ଚିଫ୍ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି ।
ଚୌଦ୍ବାର ଜେଲ୍ରୁ ୨ଡକାୟତ ଚମ୍ପଟ ଘଟଣା : କଏଦୀଙ୍କୁ ଧରିବା ପାଇଁ ତିନୋଟି ସ୍ପେଶାଲ ଟିମ୍ ଗଠନ
ଚୌଦ୍ବାର ଜେଲ୍ରୁ ୨ଡକାୟତ ଚମ୍ପଟ ହେବା ଘଟଣା । କଏଦୀଙ୍କୁ ଧରିବା ପାଇଁ ତିନୋଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ମଧ୍ୟ ବାହାର ରାଜ୍ୟକୁ ଯାଇ ଖୋଜାଖୋଜି କରିବା ଆରମ୍ଭ କରିଛନ୍ତି ।
/kanak/media/media_files/2025/10/04/17-2025-10-04-10-36-02.jpg)