କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିଲେ କଏଦୀ । କନକ ନ୍ୟୁଜ ହାତରେ ଲାଗିଛି ଏକ୍ସକ୍ଲୁସିଭ ଭିଡ଼ିଓ। ଚୌଦ୍ୱାର ଜେଲରୁ ଖସିଥିବା କଏଦୀଙ୍କ କାରନାମା ପରର ଏକ ଦୃଶ୍ୟ ସାମ୍ନାକୁ ଆସିଛି । କମ୍ବଳକୁ କମ୍ବଳରେ ବାନ୍ଧି ତିଆରି କରିଥିଲେ ଲମ୍ବା ଦୌଡ଼ି । ଫିଲ୍ମର ଦୃଶ୍ୟ ଭଳି ଜେଲ ପାଚେରି ଆରପଟକୁ ପକାଇଥିଲେ କମ୍ବଳ ଓ ବେଡ଼ସିଟ I
ମୋବାଇଲରେ କଏଦ ହୋଇଛି ସେହି ଫେରାର ପରର ଦୃଶ୍ୟ । ଜେଲ ପାଚେରୀରେ ଝୁଲି ରହିଛି ସେହି ବେଡ଼ସିଟରୁ ବେଡ଼ସିଟ ବନ୍ଧା ଦଉଡ଼ି । ଜେଲରୁ ୨ଜଣ କଏଦୀ ଫେରାର ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପଟେ ଘଟଣା ସ୍ଥଳରେ ଜେଲ ଡିଆଇଜି, ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ଓ ଚୈଦ୍ଵାର ପୁଲିସ ପକ୍ଷରୁ ୪ଟି ଟିମ ଗଠନ କରି ବିଭିନ୍ନ ଅଞ୍ଚଳରେ ତଦନ୍ତ ଜୋରଦାର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/03/jail-2025-10-03-13-45-26.jpg)