କନକ ବ୍ୟୁରୋ: ଚୌଦ୍ବାର ଜେଲରୁ ୨ କଏଦୀ ଚମ୍ପଟ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଚିଫ୍ ୱାର୍ଡର୍ ଭଗତ ରାମ୍ ଓ ୱାର୍ଡର୍ ସିଦ୍ଧାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କୁ ନିଲମ୍ୱନ କରିଛନ୍ତି ଜେଲ୍ ଡିଜି । କଟକ ରେଞ୍ଜ ଡିଆଇଜି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି । ସିସିଟିଭି ଯାଞ୍ଚ ଚାଲିଛି । ଘଟଣାସ୍ଥଳରେ ଜେଲ ଡିଆଇଜି, ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ଓ ଚୌଦ୍ଵାର ପୁଲିସ ପକ୍ଷରୁ ୪ଟି ଟିମ ଗଠନ କରି ବିଭିନ୍ନ ଅଞ୍ଚଳରେ ତଦନ୍ତ ଜୋରଦାର କରାଯାଇଛି । ତେବେ ଦୁଇଟି ଭିନ୍ନ ଭିନ୍ନ ସେଲ୍ କାଟି ଫିଲ୍ମ ଷ୍ଟାଇଲରେ ୨ କଏଦି ଚୌଦ୍ବାର ଜେଲରୁ କେମିତି ଚମ୍ପଟ ମାରିଥିଲେ, ମିଳିଛି ତାର ସୁରାକ । କନକ ନ୍ୟୁଜ ହାତରେ ଲାଗିଛି ଏକ୍ସକ୍ଲୁସିଭ ଭିଡ଼ିଓ । ଚୌଦ୍ୱାର ଜେଲରୁ ଖସିଥିବା କଏଦୀଙ୍କ କାରନାମା ପରର ଏକ ଦୃଶ୍ୟ ସାମ୍ନାକୁ ଆସିଛି । କମ୍ବଳକୁ କମ୍ବଳରେ ବାନ୍ଧି ତିଆରି କରିଥିଲେ ଲମ୍ବା ଦଉଡି। ଫିଲ୍ମର ଦୃଶ୍ୟ ଭଳି ଜେଲ ପାଚେରି ଆରପଟକୁ ପକାଇଥିଲେ କମ୍ବଳ ଓ ବେଡ୍ସିଟ I ଜେଲ ପାଚେରୀରେ ଝୁଲି ରହିଛି ସେହି ବେଡ଼ସିଟରୁ ବେଡ଼ସିଟ ବନ୍ଧା ଦଉଡ଼ି ।
ଚୌଦ୍ବାର ଜେଲ୍ରୁ ୨ ଡକାୟତ ଫେରାର ଘଟଣା: ସରଜମିନ ତଦନ୍ତ କରି ଆକ୍ସନ ନେଲେ ଜେଲ ଡିଜି
କଟକ ରେଞ୍ଜ ଡିଆଇଜି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି । ସିସିଟିଭି ଯାଞ୍ଚ ଚାଲିଛି । ଘଟଣାସ୍ଥଳରେ ଜେଲ ଡିଆଇଜି, ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ଓ ଚୌଦ୍ଵାର ପୁଲିସ ପକ୍ଷରୁ ୪ଟି ଟିମ ଗଠନ କରି ବିଭିନ୍ନ ଅଞ୍ଚଳରେ ତଦନ୍ତ ଜୋରଦାର କରାଯାଇଛି ।
/kanak/media/media_files/2025/10/03/03-2025-10-03-15-59-55.jpg)