Photograph: (kanaknews)
କନକ ବ୍ୟୁରୋ : ଝାରପଡ଼ା ଜେଲରୁ କଏଦୀ ଫେରାର। ଛୁଟିରେ ଯାଇ ଆଉ ଜେଲକୁ ଫେରିଲେନି। ଦୁଇ ଦୁଇ ଜଣ କଏଦୀ ସମସ୍ତଙ୍କ ଚକମା ଦେଇ ଫେରାର ହୋଇଯାଇଛନ୍ତି । ଏହା ଜାଣିବା ପରେ ଝାରପଡ଼ା ଜେଲ ଅଧୀକ୍ଷକ ସର୍ବେଶ୍ବର ସାହୁ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଫେରାର ଦୁଇ କଏଦୀ ହେଲେ ହତ୍ୟା ଆସାମୀ ସୁଶୀଲ ଦିଗାଲ ଓ ନାବାଳିକା ଦୁଷ୍କର୍ମକାରୀ ରଞ୍ଜିତ ନାୟକ । ସୂଚନା ଅନୁସାରେ ଝାରପଡ଼ା ଜେଲରେ ସଜ୍ଜା କାଟୁଥିବା ସୁଶୀଲ ଦିଗଲ ପୂର୍ବରୁ ବହୁ ବାର ଛୁଟିରେ ଯାଇ ଜେଲକୁ ଫେରିଥିଲା । କିନ୍ତୁ ୨୦୨୪ ମସିହାରେ ଫଲୋ ଛୁଟିରେ ଘରକୁ ଯାଇ ଆଉ ଫେରି ନଥିଲା । ଘଟଣାକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ଯାଏ ଜେଲକୁ ଫେରି ନାହିଁ କିମ୍ବା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ କିଛି ଖୋଜ ଖବର ନାହିଁ ।
ଅଧିକ ପଢନ୍ତୁ... ଆଜି ସମ୍ୱଲପୁର ବନ୍ଦ : ସମର୍ଥନ ଜଣାଇଲେ ଟ୍ରେଡ ୟୁନିଅନ ଓ ବିଜେଡି
ଏନେଇ ଜଣାପଡ଼ିବା ପରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି । କେବଳ ସେ ନୁହନ୍ତି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା କାଟୁଥିବା ରଞ୍ଜିତ ନାୟକ ଗତ ଅକ୍ଟୋବର ୧ ତାରିଖରେ ଫଲୋ ଛୁଟିରେ ଯାଇଥିଲା । ସେ ଅକ୍ଟୋବର ମାସ ଶେଷ ସୁଦ୍ଧା ଫେରିବା କଥା । କିନ୍ତୁ ଦୁଇ ମାସ ହେବ ନ ଫେରିବାରୁ ଏହାକୁ ନେଇ ଆଉ ଏକ ମାମଲା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି । ବଡ଼ କଥା ହେଉଛି ହତ୍ୟା ଆସାମୀ ୨୦୨୪ ମସିହାରୁ ଜେଲକୁ ଫେରି ନାହିଁ । ଏହାକୁ ନେଇ କାହା ପାଖରେ ଖବର ନଥିଲା। ଦୁଇ ବର୍ଷ ପରେ ଏହା ଜଣାପଡ଼ିବା ପରେ ଥାନାରେ ମାମଲା ରୁଜୁ କରାଯାଇଛି।
Follow Us