କନକବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଦୁଇ ପୋଲିସ ଅଧିକାରୀ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାର ପିଏସଆଇ ଓ ଏଏସଆଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୪ ହଜାର ଲାଞ୍ଚ ଟଙ୍କା ସହ ପିଏସଆଇ ରଘୁନାଥ ହାଂସଦା ଏବଂ ଏଏଲସଆଇ ଶିବ ପ୍ରସାଦ ଦଳେଇଙ୍କୁ ଗିରଫ କରିଛି କୋରାପୁଟ ଭିଜିଲାନ୍ସ ଟିମ୍ ।

Advertisment

ପୋଲିସ ଜବତ କରିଥିବା ଏକ ବାଇକକୁ ଛାଡିବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏଏସଆଇ ଶିବ ପ୍ରସାଦ ଦଳେଇ। ଆଉ ଏଏସଆଇଙ୍କ ନିର୍ଦ୍ଦେଶରେ ରଘୁନାଥ ହାଂସଦା ଲାଞ୍ଚ ନେବା ବେଳେ ରେଡ଼ ହେଣ୍ଡରେ ଧରା ପଡିଥିଲେ । ଏବେ ଦୁଇ ଅଧିକାରୀଙ୍କ ସରକାରୀ ବାସଭବନ ଓ ଥାନାରେ ଛାନଭିନ କରୁଛି ଭିଜିଲାନ୍ସ ଟିମ