ପାଇଖାନା ଟାଙ୍କି ଭିତରେ ଚାଲିଗଲା ଦୁଇ ଜୀବନ ; ସେଟରିଙ୍ଗ କାମ ବେଳେ ହୋଇଗଲେ ଅଣନିଃଶ୍ୱାସୀ

ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ। ପାଇଖାନା ଟାଙ୍କି ସେଟରିଂ ଖୋଲିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ।

tank

କନକ ବ୍ୟୁରୋ: ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ। ପାଇଖାନା ଟାଙ୍କି ସେଟରିଂ ଖୋଲିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । 

ଅନୁଗୁଳ କିଶୋର ନଗର ଥାନା ଧଉରାପାଲି ଗାଁରେ ଟାଙ୍କି ସେଟରିଂ ଖୋଲିବାକୁ ଗାଁ ରାଜମିସ୍ତ୍ରୀ ଓ ଶ୍ରମିକ ଭିତରକୁ ଯାଇଥିଲେ ।  ବାଇଜା ଗାଁ ରାଜମିସ୍ତ୍ରୀ ଆରତ ମିର୍ଧା ଓ ରେଙ୍ଗାଳବେଡା ଗାଁର  ରୀନା ମାହାର ଭିତରକୁ ଯାଇଥିଲେ । ତେବେ ବହୁତ ସମୟ ଧରି ବାହାରକୁ ନ ବାହାରିବାରୁ ସନ୍ଦେହ ହୋଇଥିଲା । ଟାଙ୍କି ଭିତରେ ଉଭୟ ଚେତାଶୂନ୍ୟ ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe