କନକ ବ୍ୟୁରୋ: ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ। ପାଇଖାନା ଟାଙ୍କି ସେଟରିଂ ଖୋଲିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ଅନୁଗୁଳ କିଶୋର ନଗର ଥାନା ଧଉରାପାଲି ଗାଁରେ ଟାଙ୍କି ସେଟରିଂ ଖୋଲିବାକୁ ଗାଁ ରାଜମିସ୍ତ୍ରୀ ଓ ଶ୍ରମିକ ଭିତରକୁ ଯାଇଥିଲେ । ବାଇଜା ଗାଁ ରାଜମିସ୍ତ୍ରୀ ଆରତ ମିର୍ଧା ଓ ରେଙ୍ଗାଳବେଡା ଗାଁର ରୀନା ମାହାର ଭିତରକୁ ଯାଇଥିଲେ । ତେବେ ବହୁତ ସମୟ ଧରି ବାହାରକୁ ନ ବାହାରିବାରୁ ସନ୍ଦେହ ହୋଇଥିଲା । ଟାଙ୍କି ଭିତରେ ଉଭୟ ଚେତାଶୂନ୍ୟ ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/ovLf8sVTbVkuSUGA1Rjp.png)