କନକ ବ୍ୟୁରୋ : ୨୦୧୭ ମସିହାରେ କିଶୋରନଗର ବ୍ଲକ ଗମ୍ଭାର ମଳିଆ ଗାଁରେ ଗୋଟିଏ ପରିବାର ତିନି ଜଣଙ୍କୁ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ଆଠମଲ୍ଲିକ ଏଡିଜେ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ।

Advertisment

ସୂଚନା ଅନୁସାରେ, ୨୦୧୭ ମସିହା, ଅକ୍ଟୋବର ୧୦ ତାରିଖରେ କିଶୋରନଗର ଥାନା ଗମ୍ଭାରୀମଳିଆ ଗାଁରେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ । ଦୁଇ ଅଭିଯୁକ୍ତ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା ଉଭୟ ଅଭିଯୁକ୍ତଙ୍କୁ ୩୦୨ ଦଫାରେ ଫାଶୀ ସହ ୩୭୪ ଦଫାରେ ଆଜୀବନ ଓ ୨୦୧ ଦଫାରେ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ।

ଗ୍ରୁପରୁ ଆଣିଥିବା ଟଙ୍କା ଲୁଟ ପାଇଁ ଗୋଟିଏ ପରିବାର ତିନି ଜଣକୁ ହତ୍ୟା କରାଯାଇଥିଲା । କେଶରେ ୪୧ ଜଣ ସାକ୍ଷ୍ୟ ଓ ସରକାରୀ ଓକିଲ ପ୍ରଦୀପ କୁମାର ଦାଶ ଓ ସହକାରୀ ଓକିଲ ଅସିତ ଦେଓ ଏହି କେସର ଦାୟିତ୍ୱ ନେଇ ଥିବାର ପ୍ରକାଶ କରିଛନ୍ତି । ଦୁଇ ଅଭିଯୁକ୍ତ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା ସ୍ୱାମୀ-ସ୍ତ୍ରୀ ଓ ୪ ବର୍ଷର ପୁଅକୁ ହତ୍ୟା କରିଥିବାର ପ୍ରମାଣ ମିଳିଛି ବୋଲି ସରକାରୀ ଓକିଲ ପ୍ରଦୀପ ଦାଶ ପ୍ରକାଶ କରିଛନ୍ତି ।