କନକ ବ୍ୟୁରୋ : ସ୍ୱାଧୀନତା ଦିବସ ଅବସରରେ ଦେଶରେ ବୀରତା ଏବଂ ସେବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧ହଜାର ୯୦ ଜଣ ପୁଲିସ, ଅଗ୍ନିଶମ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା ଏବଂ ସୁଧାର ସେବା କର୍ମଚାରୀଙ୍କୁ ସାହସିକତା ତଥା ସେବା ପଦକ ପ୍ରଦାନ ପାଇଁ ଘୋଷଣା କରାଯାଇଛି । ଏହି ସମ୍ମାନ ଦେଶ ସେବାରେ ସାହସିକତା ଏବଂ ସମର୍ପଣ ଭାବ ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ । ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୯ ଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ । ଏଏସ୍ପି ରବୀନ୍ଦ୍ର ପଣ୍ଡା ଏବଂ କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯିବ । ସେହିପରି ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିବ ।
ଗୃହ ମନ୍ତ୍ରାଳୟ ଅନୁଯାୟୀ, ମୋଟ ୨୩୩ ଜଣ କର୍ମଚାରୀଙ୍କୁ ବୀରତା ପଦକ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ୨୨୬ ଜଣ ପୁଲିସ, ୬ ଜଣ ଅଗ୍ନିଶମ ବାହିନୀ ଏବଂ ଜଣେ ଜଣେ ଗୃହରକ୍ଷୀ ଓ ନାଗରିକ ପ୍ରତିରକ୍ଷା କର୍ମଚାରୀ ରହିଛନ୍ତି । ଜୀବନ ଏବଂ ସମ୍ପତ୍ତି ରକ୍ଷା, ଅପରାଧ ରୋକିବା କିମ୍ବା ଅପରାଧୀଙ୍କୁ ଧରିବାରେ ଅସାଧାରଣ ସାହସ ଦେଖାଇଥିବା ଲୋକଙ୍କୁ ବୀରତା ପଦକ ପ୍ରଦାନ କରାଯାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/14/34-2025-08-14-14-05-36.jpg)