କନକ ବ୍ୟୁରୋ: ବେଲକ୍ୟୁ ଛକସ୍ଥିତ ଟିଭିଏସ୍ ସୋରୁମ୍ରେ କମ୍ପାନିର ୨ଟି ନୂଆ ମଡେଲ୍ର ଲଞ୍ଚ କରାଯାଇଛି । ଏହି ଅବସରରେ ସୋରୁମର ସତ୍ତ୍ଵାଧିକାରୀ ପରମେଶ୍ଵର କୱାଟିଆ, ଦିନେଶ କୱାଟିଆଙ୍କ ସମେତ କମ୍ପାନିର ଟିଏମ୍ ରବିକାନ୍ତ ଆନନ୍ଦ ଓ ସୋ’ରୁମର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଗାଡି ଦ୍ୱୟର ବଜାର ପ୍ରବେଶ ଅବସରରେ ସୋରୁମ୍ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗତ ନଭେମ୍ବରରେ ଉଦ୍ଘାଟିତ ହୋଇଥିବା ଏହି ସୋ’ରୁମ୍ରେ ଟିଭିଏସ୍ କମ୍ପାନିର ସମସ୍ତ ଭେରାଇଟିର ଗାଡିରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଆକର୍ଷଣୀୟ ଅଫର୍ ଉପଲବ୍ଧ ରହିଛି । ଏହି ଅଫରରେ ଗ୍ରାହକମାନେ ପ୍ରତ୍ୟେକ କ୍ରୟ ଉପରେ ନିଶ୍ଚିନ୍ତ ଉପହାର ସହିତ ୩ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍ ପାଇପାରିବେ ।
ବଜାର ପ୍ରବେଶ କରାଯାଇଥିବା ୨ଟି ଗାଡି ମଧ୍ୟରେ ରହିଛି ଟିଭିଏସ୍ ଆପାଚି ୧୬୦ ୟୁଏସଡି ଓ ଟିଭିଏସ୍ ରେଡର୍ ଆଇଜିଓ । ଆପାଚିରେ ରହିଛି ଅଫ୍ସାଇଡ୍ ଡାଉନ୍, ଫ୍ରଣ୍ଟ ଫୋର୍କ, ଟିଭିଏସ୍ ସ୍ମାର୍ଟ କନେକ୍ଟ ଟେକ୍ନୋଲୋଜି (ନାଭିଗେସନ୍ ପାଇଁ) ଆଡଜଷ୍ଟେବୁଲ୍ ବ୍ରେକ୍, କ୍ରଚ୍ ଇତ୍ୟାଦି ସହିତ ୩ଟି ରଙ୍ଗରେ ଉପଲବ୍ଧ । ଏଥିରେ ଅର୍ବାନ୍, ରେନ୍ ଓ ସ୍ପୋର୍ଟସ ଭଳି ୩ଟି ମୋଡ଼ରେ ଡ୍ରାଇଭ୍ ସୁବିଧା ରହିଛି । ସେହିଭଳି ଟିଭିଏସ୍ ରେଡର୍ ଆଇଜିଓରେ ୧୦% ଅଧିକା ମାଇଲେଜ୍ ସହ ମାଇକ୍ରୋ ହାଇବ୍ରିଡ୍ ଟେକ୍ନୋଲୋଜି ରହିଛି ବୋଲି ସୋ’ରୁମ୍ ପକ୍ଷରୁ ମୁଖ୍ୟ ପରମେଶ୍ବର କଟିଆ ପ୍ରକାଶ କରିଛନ୍ତି ।