କନକ ବ୍ୟୁରୋ: ଆମ୍ବ ଟାକୁଆ ଖାଇ ୨ ଜଣଙ୍କର ମୃତ୍ୟୁ, ୭ ଗୁରୁତର। କନ୍ଧମାଳ ଦାରିଙ୍ଗିବାଡ଼ି ବ୍ଲକ ଗଦାପୁର ପଞ୍ଚାୟତରେ ଅଘଟଣ ଘଟିଛି। ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁର କିଛି ମହିଳା ଦୁଇ ଦିନ ତଳେ ଖାଇଥିଲେ ଆମ୍ବ ଟାକୁଆ। ଗତକାଲି ଠାରୁ ଅସୁସ୍ଥ ଥିଲେ। ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ଏବେବି ୭ ଜଣ ମହିଳା ଅସୁସ୍ଥ ଅଛନ୍ତି। କାହିଁକି ମହିଳାମାନେ ଆମ୍ବ ଟାକୁଆ ଖାଇଥିଲେ? ଦାରିଦ୍ର୍ୟ ପାଇଁ ନା ଆଉ କଣ କାରଣ ପାଇଁ, ତାହା ଜଣାପଡିନାହିଁ।
ଆମ୍ବ ଟାକୁଆ ଖାଇ ୨ ମୃତ ; ୭ ଗୁରୁତର
କନ୍ଧମାଳ ଗଦାପୁର ପଞ୍ଚୟତରେ ଅଘଟଣ । ଆମ୍ବ ଟାକୁଆ ନେଲା ୨ ମହିଳାଙ୍କ ଜୀବନ, ୭ ଗୁରୁତର । ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର । କାହିଁକି ଖାଇଖିଲେ ଆମ୍ବ ଟାକୁଆ ହୋଇନି ସ୍ପଷ୍ଟ ।