୨ ଲକ୍ଷ ୬୭ ହଜାର ସୁଭଦ୍ରା ଆବେଦନ ଖାରଜ ; ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

୨ ଲକ୍ଷ ୬୭ ହଜାର ମହିଳାଙ୍କ ସୁଭଦ୍ରା ଆବେଦନ ଖାରଜ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

54subhadra

କନକ ବ୍ୟୁରୋ: କ୍ୟାବିନେଟରେ ସୁଭଦ୍ରା ସଂକ୍ରାନ୍ତ ଯୋଜନାରେ ହୋଇଛି ସଂଶୋଧନ । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ଏଯାଏଁ ମୋଟ ୬୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମଳିସାରିଥିବାବେଳେ , ୨ ଲକ୍ଷ ୬୭ ହଜାର ମହିଳାଙ୍କ ସୁଭଦ୍ରା ଆବେଦନ ଖାରଜ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁୂଜାରୀ । ତେବେ ରିଜେକ୍ଟ ଘଟଣାକୁ ନେଇ ବ୍ୟସ୍ତ ନହେବାକୁ ଆଶ୍ୱସ୍ତ କରିବା ସହ ଖାରଜ ହେବାର କାରଣ ଯାଞ୍ଚ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

 ସୁଭଦ୍ରା ଯୋଜନାରେ ଏବେଯାଏଁ ୧ କୋଟିରୁ ଅଧିକ ମହିଳା ପଞ୍ଜିକରଣ କରିସାରିଥିବାବେଳେ ଏହାକୁ ନେଇ ରାଜ୍ୟ ମହିଳାଙ୍କ ମଧ୍ୟରେ ଭିନ୍ନ ଧରଣର ଉତ୍ସୁକତା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe