କନକ ବ୍ୟୁରୋ : ଏବେ ଦେଖିବା ହରିୟାଣା ଜାମୁନାନଗରରୁ ଆସିଥିବା ଏକ ଭୟଙ୍କର ଚିତ୍ର ଉପରେ। ଅପରାଧୀଙ୍କୁ ଡର ନାହିଁ ପୋଲିସର ,ସର୍ବସାଧାରଣ ଜାଗାରେ ଫାୟାରିଂ କରି ଆତଙ୍କ ମଚାଇଲେ । ହରିୟାଣାର ଯମୁନାନଗରରେ ଦିନ ସମୟରେ ଘଟିଛି ଏଭଳି ଅଘଟଣ । ଭିଜୁଆଲରେ ଦେଖିପାରୁଥିବେ ୩ଜଣ ଯୁବକ କାରରୁ ବାହାରୁଥିବା ସମୟରେ ଦୁବୁର୍ତ୍ତ ମାନେ ଯୁବକଙ୍କୁ ଟାର୍ଗେଟ କରି ଫାୟରିଂ କରିଥିଲେ । ରାସ୍ତାରେ ଉପରେ ଘଟିଥିଲା  ଗୁଳିକାଣ୍ଡ । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି , ଜଣଙ୍କର ଅବସ୍ଥା ସଂଙ୍କଟାପନ୍ନ ରହିଛି । ସୂଚନା ଅନୁସାରେ ୩ଜଣ ଯୁବକ ଜିମରୁ ଫେରୁଥିବା ବେଳେ ଦୁବୁର୍ତ୍ତମାନେ ତାଙ୍କୁ ଅଟକାଇ ଗୁଳି ମାରିଥିଲେ । ବାଇକରେ ଆସିଥିଲେ ଦୁବୁର୍ତ୍ତ, କାରକୁ ଅଟକାଇ ଆଖିବୁଜା ଫାୟରିଂ କରିଥିଲେ । ଏ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ,ପୋଲିସ କହିବାନୁସାରେ ଗୁଳିକାଣ୍ଡ ଘଟଣାରେ ୪ରୁ ୫ଜଣ ଅପରାଧୀଙ୍କ ସମ୍ପୃକ୍ତି ରହଛି ।ସିସିଟିଭି ଆଧାରରେ ପୋଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି