Kerala Photograph: (google)
ଗୁରୁବାର କେରଳର କୋଲ୍ଲମ୍ ଜିଲ୍ଲାର ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ହଷ୍ଟେଲରେ ଦୁଇ ଜଣ କିଶୋର ଆଥଲେଟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧୮ ଓ ୧୬ ବର୍ଷ ବୟସ୍କ ପିଲାମାନେ ଯଥାକ୍ରମେ କୋଝିକୋଡ଼ ଓ ତିରୁବନନ୍ତପୁରମ ଜିଲ୍ଲାର ଥିଲେ। ସେମାନଙ୍କର ମୃତଦେହ ସକାଳେ ସେମାନଙ୍କ ହଷ୍ଟେଲ କୋଠରିରେ ମିଳିଥିଲା । ସେମାନେ ଦୈନନ୍ଦିନ ପ୍ରଶିକ୍ଷଣ ପାଇଁ ନ ଆସିବାରୁ ଅନ୍ୟମାନେ ସେମାନଙ୍କୁ ଖୋଜିବା ପରେ ଏହା ଜଣାପଡ଼ିଥିଲା। କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇବା ପରେ ହଷ୍ଟେଲରେ ପହଞ୍ଚିଥିବା ପୁଲିସ କହିଛି ଯେ, ଦୁହେଁ ଗୋଟିଏ କୋଠରିରେ ରହୁଥିଲେ ଏବଂ କବାଟ ଭିତରୁ ବନ୍ଦ ଥିବା ଦେଖିବାକୁ ମିଳିଥିଲା।
୨୦୨୪ ସାଧାରଣ ନିର୍ବାଚନ ସବୁଠୁ ବଡ଼ ଗଣତାନ୍ତ୍ରିକ ପ୍ରକ୍ରିୟା: ମୋଦୀ
Follow Us