କନକବ୍ୟୁରୋ : ଫେବ୍ରୁଆରି ୧୫ରୁ ୨୫ ଭିତରେ ହେବ ଯୁକ୍ତ ୨ ପରୀକ୍ଷା। ଏନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହେବ ଇଣ୍ଟରନାଲ ପରୀକ୍ଷା । ଚଳିତବର୍ଷ ୮୯ଟି ଅପଗ୍ରେଡ ସ୍କୁଲରେ ହେବ ନୂଆ ପରୀକ୍ଷା ସେଣ୍ଟର । ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଫେବ୍ରୁଆରି ୧୫ରୁ ୨୫ ତାରିଖ ଭିତରେ ହେବ ପରୀକ୍ଷା। ଡିସେମ୍ବର ୧୫ ସୁଦ୍ଧା ଆଡମିଟ୍ କାର୍ଡ ମିଳିବ । ଏଥର ଇଣ୍ଟରନାଲ ପରୀକ୍ଷା ପାଇଁ ଦୁଇଟି ସ୍ଲଟ୍ ରହିଛି । ଡିସେମ୍ବର ୨୨ରୁ ୩୧ ତାରିଖ ଯାଏଁ ହେବ ଇଣ୍ଟରନାଲ ପରୀକ୍ଷା ।
ଯେଉଁମାନେ ଏହି ସମୟରେ ଦେଇପାରିବେ ନାହିଁ, ସେମାନେ ଜାନୁଆରି ୧୦ରୁ ୧୫ ଯାଏଁ ଇଣ୍ଟରନାଲ ପାଇଁ ଆଉ ଏକ ସୁଯୋଗ ପାଇବେ। ଜାନୁଆରି ୨ରୁ ୧୫ ତାରିଖ ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା । ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି । ଏଥର ନୂଆ ୮୯ଟି ଅପଗ୍ରେଡ୍ ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯିବ । ଯଦିଓ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନି, କିନ୍ତୁ ଫେବ୍ରୁଆରି ୧୫ରୁ ୨୫ ଭିତରେ ଯୁକ୍ତ ୨ ପରୀକ୍ଷା ହେବ ବୋଲି ଜଣାପଡ଼ିବା ପରେ କଲେଜ ଗୁଡ଼ିକରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।
ପରୀକ୍ଷା ହଲ୍ ସମେତ କରିଡରରେ ସିସିଟିଭି ଲଗାଯାଉଛି । କାଉନସିଲ୍ ପରୀକ୍ଷା ଭଳି ସମାନ ଢାଞ୍ଚାରେ ପରୀକ୍ଷା ହେବ। ଏଥର ନୂଆ କରି ପ୍ରୋଭିଜନାଲ ସାର୍ଟିଫିକେଟ୍କୁ ଡିଜିଟାଲ୍ କରାଯିବ । ରାଜ୍ୟର ମୋଟ ୧୩୪୯ଟି ସେଣ୍ଟରରେ ପରୀକ୍ଷା କରାଯିବ । ଅକ୍ଟୋବର ୨୦ରୁ ନଭେମ୍ବର ୨୨ ପର୍ଯ୍ୟନ୍ତ ରେଗୁଲାର ପିଲାଙ୍କ ଫର୍ମ ଫିଲଅପ୍ ଏବଂ ଏକ୍ସ ରେଗୁଲାର ଫର୍ମ ଫିଲଅପ୍ ଅକ୍ଟୋବର ୧୩ରୁ ଆରମ୍ଭ ହେବ।