ଚୌଦ୍ବାର ଜେଲ୍‌ରୁ ୨ ଡକାୟତ ଫେରାର ; ସିସିଟିଭିରେ କଏଦ ହେଲା ଦୃଶ୍ୟ

ଚୌଦ୍ବାର ଜେଲ୍‌ରୁ ଦୁଇ କୁଖ୍ୟାତ ଅପରାଧୀ ଫେରାର ହୋଇଥିବା ସୂଚନା ମିଳିଛି । ୨ ଅପରାଧୀ ହେଲେ ମଧୂକାନ୍ତ ଓ ରାଜା ସାହାଣୀ , ଏମାନେ ହେଲେ ବିହାର ଅଞ୍ଚଳର ।

24

କନକ ବ୍ୟୁରୋ : ଜେଲ୍‌ରୁ ଚମ୍ପଟ ମାରିଲା କୁଖ୍ୟାତ ଅପରାଧୀ । ଚୌଦ୍ବାର ଜେଲ୍‌ରୁ ଦୁଇ କୁଖ୍ୟାତ ଅପରାଧୀ ଫେରାର ହୋଇଥିବା ସୂଚନା ମିଳିଛି । ୨ ଅପରାଧୀ ହେଲେ ମଧୂକାନ୍ତ ଓ ରାଜା ସାହାଣୀ , ଏମାନେ ହେଲେ ବିହାର ଅଞ୍ଚଳର । କିଛି ଦିନ ତଳେ ପାଣିକୋଇଲି ଅଞ୍ଚଳରୁ ଏକ ସୁନା ଦୋକାନରୁ ସୁନା ଚୋରି ଓ ମର୍ଡର କେଶରେ ବିଚାର ଧୀନ କଏଦୀ ଭାବରେ ଜେଲରେ ଥିଲେ । ଏମାନେ ସ୍ପେଶାଲ ସେଲ ଗ୍ରିଲ୍‌ କାଟି ଏକ ବାଉଁଶ ସାହାଯ୍ୟରେ ପାଚେରି ଡେଇଁ ଫେରାର ହୋଇଥିବା ସୂଚନା ମିଳିଛି । ଚୌଦ୍ବାର ପୁଲିସ ଫେରାର କଏଦୀଙ୍କ ସନ୍ଧାନ ଜାରି ରଖିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe