କନକ ବ୍ୟୁରୋ: ମହାରାଷ୍ଟ୍ର ପୁଣେରେ ହିଟ୍ ଆଣ୍ଡ ରନ୍ । ଲୋକଙ୍କ ଉପରକୁ ମାଡ଼ିଗଲା ଅମାନିଆ ଡମ୍ପର । ପୁଣେର ବାଘେଲୀ ଅଞ୍ଚଳରେ ଏହି ବଡ଼ ଦୁର୍ଘଟଣା ଘଟିଛି । ଫୁଟ୍ପାଥ୍ରେ ଶୋଇଥିବା ୯ ଜଣଙ୍କ ଉପରକୁ ଏକ ଡମ୍ଫର ମାଡ଼ିଯାଇଛି । ଘଟଣାସ୍ଥଳରେ ଜଣେ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୬ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିଳମ୍ବିତ ରାତି ୧୨ଟା ୩୦ରେ ଏହି ଦୁର୍ଘଟଣା ଘଟିଛି । ଡମ୍ପର ଡ୍ରାଇଭର ନିଶାରେ ଥିବା ଜଣାପଡ଼ିଛି । ନିଶାଶକ୍ତ ଡ୍ରାଇଭରକୁ ଗିରଫ କରିଛି ପୋଲିସ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us