କନକ ବ୍ୟୁରୋ : ଭାରତରେ ଚିହ୍ନଟ ହେଲା ଚୀନ୍‌ରେ ବ୍ୟାପୁଥିବା HMPV ଭୂତାଣୁ । ବେଙ୍ଗାଲୁରୁରେ ୨ ଶିଶୁ ସଂକ୍ରମିତ । ୩ ମାସର ଶିଶୁ ଓ ୮ ମାସର ଶିଶୁଙ୍କ ଠାରେ HMPV ଭାଇରସ୍ ଚିହ୍ନଟ ହୋଇଛି । ଚାଇନା ଭୂତାଣୁ ଚିହ୍ନଟ ନେଇ ସ୍ପଷ୍ଟ କରିଛି ଆଇସିଏମ୍‌ଆର । ଏକ ଘରୋଇ ହସ୍ପିଟାଲରେ ପରୀକ୍ଷା କରାଯାଇଥିଲା ।

Advertisment

ରିପୋର୍ଟ ଅନୁସାରେ ୨ ଶିଶୁଙ୍କ ଠାରେ HMPV ଭାଇରସ୍ ଚିହ୍ନଟ ହୋଇଛି । କରୋନା ପରି ଚୀନ୍‌ରେ ଏହି ଭାଇରାସ୍ ବ୍ୟାପିବାରେ ଲାଗିଛି । ଏହି ନୂଆ ଭୂତାଣୁର ନାମ - ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍‌ ବା HMPV । ଏହି ନୂଆ ଭାଇରସ୍ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢିବାରେ ଲାଗିଛି । ତେବେ ଛୋଟ ପିଲାଙ୍କ ଠାରେ ଭୂତାଣୁ ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଏଥିରେ ଶ୍ୱାସ ଜନିତ ସମସ୍ୟା ଦେଖା ଦେଇଥାଏ । ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ ଏଚ୍‌ଏମ୍‌ପିଭି ଭୂତାଣୁ ।

HMPVର ଲକ୍ଷଣ କ’ଣ?
- ହ୍ୟୁମାନ ମେଟାନ୍ୟୁମୋଭାଇରସ୍‌ର ସାଧାରଣ ଥଣ୍ଡା ଭଳି ଲକ୍ଷଣ
- କାଶ, ଝାଡ଼ାବାନ୍ତି, ନାକରୁ ପାଣି ବାହାରିବା, ଗଳା ଯନ୍ତ୍ରଣା ଭଳି ଲକ୍ଷଣ 
- ଛୋଟ ପିଲା ଓ ବୟସ୍କଙ୍କ ପାଇଁ HMPV ମାରାତ୍ମକ ଆଶଙ୍କା 
- ୨୦୦୧ ମସିହାରେ HMPV ଆବିଷ୍କୃତ ହୋଇଥିବା ଆମେରିକାର ଦାବି
- HMPV ସଂକ୍ରମଣର ଲକ୍ଷଣ ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆରେ ପରିଣତ ହୋଇପାରେ