ଅନଲାଇନରେ ହେବ +୨ ଖାତା ଦେଖା

Advertisment

ଅନଲାଇନରେ ହେବ +୨ ଖାତା ଦେଖା । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ । ତାଙ୍କ କହିବା ଅନୁସାରେ, ସ୍ୱଚ୍ଛ, ନିରପେକ୍ଷ, ସମୟାନୁବର୍ତ୍ତିତା ପାଇଁ ଅନଲାଇନ୍ ଖାତା ଦେଖା ହେବ । ଏନେଇ ପ୍ରସ୍ତାବ ଯାଇଛି, ଅନୁମତି ମିଳିଲେ ହିଁ କାର୍ୟ୍ୟକ୍ଷମ ହେବ ।

ଅନଲାଇନରେ ହେବ +୨ ଖାତା ଦେଖା । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ । ତାଙ୍କ କହିବା ଅନୁସାରେ, ସ୍ୱଚ୍ଛ, ନିରପେକ୍ଷ, ସମୟାନୁବର୍ତ୍ତିତା ପାଇଁ ଅନଲାଇନ୍ ଖାତା ଦେଖା ହେବ । ଏନେଇ ପ୍ରସ୍ତାବ ଯାଇଛି, ଅନୁମତି ମିଳିଲେ ହିଁ କାର୍ୟ୍ୟକ୍ଷମ ହେବ ।

plus two exam

plus two exam Photograph: (kanak news)

କନକ ବ୍ୟୁରୋ: ଅନଲାଇନରେ ହେବ +୨ ଖାତା ଦେଖା । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ । ତାଙ୍କ କହିବା ଅନୁସାରେ, ସ୍ୱଚ୍ଛ, ନିରପେକ୍ଷ, ସମୟାନୁବର୍ତ୍ତିତା ପାଇଁ ଅନଲାଇନ୍ ଖାତା ଦେଖା ହେବ । ଏନେଇ ପ୍ରସ୍ତାବ ଯାଇଛି, ଅନୁମତି ମିଳିଲେ ହିଁ କାର୍ୟ୍ୟକ୍ଷମ ହେବ । ତେବେ ପୂର୍ବରୁ କେବଳ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଖାତା ଅନଲାଇନରେ ମୂଲ୍ୟାୟନ ହେଉଥିଲା । ହେଲେ ଏବେ ସମସ୍ତ ବିଭାଗର ଖାତା ଅନଲାଇନରେ ଦେଖାଯିବାକୁ ପ୍ରସ୍ତାବ ଦିଆଯାଇଛି । 

ଆହୁରି ପଢ଼ନ୍ତୁ : ସିଏଜିର ସାଂଘାତିକ ତଥ୍ୟ ; ଛାତ୍ରବୃତ୍ତି ନାଁରେ ହୋଇଛି ବଡ଼ କେଳେଙ୍କାରୀ

ସୂଚନାଯୋଗ୍ୟ ଯେ, ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହୋଇସାରିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରି ୨ ତାରିଖରୁ ଆରମ୍ଭ ହୋଇସାରିଛି । ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍ ଓ ପରୀକ୍ଷା ଦେବେ। ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ରୁ ଅଧିକ ଓ କଳା ବିଭାଗରେ ପ୍ରାୟ ୮୦ ହଜାର ପରୀକ୍ଷାର୍ଥୀ ରହିଛନ୍ତି । ଜାନୁଆରି ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାରେ ବିଜ୍ଞାନ ବିଭାଗର ୧୨ଟି, କଳା ବିଭାଗର ୮, ବାଣିଜ୍ୟ ବିଭାଗର ଦୁଇ, ଧନ୍ଦାମୂଳକ ବିଭାଗର ୧୦ରୁ ଅଧିକ ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe