ତଳକୋର୍ଟରେ ଫାଶୀ ହାଇକୋର୍ଟ କଲେ ଦୋଷମୁକ୍ତ, ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ୨ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ୍‌

୨୦୧୭ ଆଠମଲ୍ଲିକ ହତ୍ୟାକାଣ୍ଡରେ ହାଇକୋର୍ଟଙ୍କ ରାୟକୁ ନେଇ ଚର୍ଚ୍ଚା । ଗୋଟିଏ ପରିବାରର ୩ସଦସ୍ୟଙ୍କୁ କରାଯାଇଥିଲା ହତ୍ୟା ।

ତଳକୋର୍ଟରେ ଫାଶୀ, ହାଇକୋର୍ଟରେ ଦୋଷମୁକ୍ତ

ତଳକୋର୍ଟରେ ଫାଶୀ, ହାଇକୋର୍ଟରେ ଦୋଷମୁକ୍ତ Photograph: (KanakNews)

କନକ ବ୍ୟୁରୋ: ଫାଶୀ ଦଣ୍ଡାଦେଶ ପାଇଥିବା ଦୁଇଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ । ତଳ କୋର୍ଟରେ ଫାଶୀ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅଭିଯୋଗକାରୀ । ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତ ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ହାଇକୋର୍ଟ । ୨୦୧୭ ମସିହା ଅକ୍ଟୋବର ମାସ ୧୦ ତାରିଖରେ ଆଠମଲ୍ଲିକ କିଶୋରନଗର ଥାନା ଅଂଚଳରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ହତ୍ୟା କରା ଯାଇଥିଲା । ବାପା ଓ ପୁଅଙ୍କୁ ଅପହରଣ ପରେ ହତ୍ୟା କରଯାଇଥିଲା ବେଳେ ମାଆଙ୍କୁ ତାଙ୍କ ଘରେ ହତ୍ୟା କରଯାଇଥିଲା ।

 ଏନେଇ ସ୍ଥାନୀୟ ଥାନାରେ ମାମଲା ହୋଇଥିଲା । ପୁଲିସ ହତ୍ୟା ଅଭିଯୋଗରେ ପ୍ରକାଶ ବେହେରା ଓ ନନ୍ଦ କିଶୋର ସେଠିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୦୨୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ଏହି ମାମଲାର ଶୁଣାଣି କରି ଆଠମଲ୍ଲିକ ଅତରିକ୍ତ ଜିଲ୍ଲା ଦୌରାଜଜ ଉଭୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଆସିଥିଲେ ଉଭୟ ଅଭିଯୁକ୍ତ । ତେବେ ଏହି ମାମଲାର ଶୁଣାଣି ଶେଷ ହୋଇଥିଲା । ଆଜି ରାୟ ପ୍ରକାଶ ପାଇବା ପରେ ଉଭୟ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି । ଉପଯୁକ୍ତ ପ୍ରମାଣ ଓ ସାକ୍ଷ୍ୟ ନଥିବା ଯୋଗୁଁ ଉଭୟଙ୍କୁ ନିର୍ଦୋଷରେ ମାନ୍ୟବର ହାଇକୋର୍ଟ ଖଲାସ କରିଛନ୍ତି ।
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe