୧୯୯୯ ମହାବାତ୍ୟା କଂଗ୍ରେସ ପାଇଁ ଅଭିଶପ୍ତ । ୨୫ ବର୍ଷ ହେବ ଓଡ଼ିଶାରେ ଉଠିପାରୁନି ‘ହାତ’

୨୯ ଅକ୍ଟୋବର ୧୯୯୯ । ୨୫ ବର୍ଷ ପୂର୍ବ ଆଜିର ଦିନରେ ଓଡ଼ିଶାକୁ ଛାରଖାର କରିଦେଇଥିଲା ମହାବାତ୍ୟା। ଏହି ମହାବାତ୍ୟା ଓଡ଼ିଶାର ଚିତ୍ର ଓ ଚରିତ୍ର ବଦଳାଇ ଦେଇଥିଲା। କ୍ଷମତାରେ ଥିବା କଂଗ୍ରେସ ଦଳର ରାଜନୈତିକ ସ୍ଥିତି ମଧ୍ୟ ଦୋହଲି ଯାଇଥିଲା

1999 super cyclone and odisha congress

କନକ ବ୍ୟୁରୋ: ଓଡିଶାରେ ବାତ୍ୟା ନାଁ ଆସିଲେ ମହାବାତ୍ୟା କଥା ମନେପଡେ। ବିଶେଷକରି ଅକ୍ଟୋବରରେ ବାତ୍ୟା ଆସିଲେ ମହାବାତ୍ୟାର ତାଣ୍ଡବକୁ ନେଇ ଲୋକେ ଭୟଭୀତ ହୋଇପଡନ୍ତି। ଆଉ ସେହି ମହାବାତ୍ୟାର ପ୍ରଭାବ ଆଜି ବି ଜନଜୀବନଠାରୁ ଆରମ୍ଭ କରି ରାଜନୀତିରେ ବି ଝଡ ଆଣିଥିଲା। ଯେଉଁ ଝଡର ପ୍ରଭାବରୁ ଆଜି ପର୍ଯ୍ୟନ୍ତ ମୁକୁଳି ପାରିନି ଗୋଟିଏ ରାଜନୈତିକ ଦଳ।

  • ୧୯୯୯ ମହାବାତ୍ୟା କଂଗ୍ରେସ ପାଇଁ ଅଭିଶପ୍ତ
  • ୨୫ ବର୍ଷ ହେବ ଓଡ଼ିଶାରେ ଉଠିପାରୁନି ‘ହାତ’ 

୨୯ ଅକ୍ଟୋବର ୧୯୯୯ । ୨୫ ବର୍ଷ ପୂର୍ବ ଆଜିର ଦିନରେ ଓଡ଼ିଶାକୁ ଛାରଖାର କରିଦେଇଥିଲା ମହାବାତ୍ୟା। ଏହି ମହାବାତ୍ୟା ଓଡ଼ିଶାର ଚିତ୍ର ଓ ଚରିତ୍ର ବଦଳାଇ ଦେଇଥିଲା। କ୍ଷମତାରେ ଥିବା କଂଗ୍ରେସ ଦଳର ରାଜନୈତିକ ସ୍ଥିତି ମଧ୍ୟ ଦୋହଲି ଯାଇଥିଲା। ମହାବାତ୍ୟାର ମାଡରେ ଆଉ ଅଣ୍ଟା ସଳଖି ଛିଡା ହୋଇ ପାରିନଥିଲା କଂଗ୍ରେସ। ସେତେବେଳେ ଓଡ଼ିଶାରେ କଂଗ୍ରେସ ସରକାରରେ ଥିଲା। ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିଲେ ଗିରିଧାରୀ ଗମାଙ୍ଗ। ପ୍ରାକ୍ ସୂଚନା ମିଳିଥିଲେ ମଧ୍ୟ, ବାତ୍ୟା ଯେ ଏତେ ଭୟଙ୍କର ପ୍ରଳୟ ରଚିବ ତାହା ଗିରିଧାରୀଙ୍କ କଳ୍ପନା ବାହାରେ ଥିଲା। ମହାବାତ୍ୟାର ମୁକାବିଲା ପ୍ରସ୍ତୁତି ପରିବର୍ତ୍ତେ ଏହାକୁ ଦୁର୍ବଳ କରିବାକୁ ପୂଜାପାଠ କରି ନିଶ୍ଚିତରେ ଗିରିଧାରୀ ଶୋଇପଡିଥିଲେ ବୋଲି ଅଭିଯୋଗ ହୁଏ। ଆଉ ସକାଳୁ ଉଠିବା ପରେ ଓଡ଼ିଶାର ଭୌଗଳିକ ଚିତ୍ରପଟ୍ଟକୁ ବଦଳାଇ ଦେଇଥିଲା ମହାବାତ୍ୟା।

ମହାବାତ୍ୟା କଂଗ୍ରେସ ପାଇଁ ଏବେ ବି ଅଭିଶପ୍ତ ଅଧ୍ୟାୟ ହୋଇ ରହିଥିବା ବେଳେ ବିଜେଡିକୁ ସରକାର ଗଢିବାକୁ ସୁଯୋଗ ଦେଇଥିଲା। ମହାବାତ୍ୟାକୁ ପଛରେ ପକାଇ ଓଡ଼ିଶା ଏବେ ବିକାଶ ପଥରେ ଆଗେଇ ଚାଲିଛି। କିନ୍ତୁ ମହାବାତ୍ୟା ମାଡ ପରେ ପୁଣି ଥରେ ଓଡ଼ିଶାରେ ହାତ ଉଠାଇବାକୁ କଂଗ୍ରେସର ଆଉ ଜୁ ନାହିଁ। ଦଳ ଏମିତି ଧରାଶାୟୀ ହୋଇଛି ଯେ, ବିରୋଧୀ ଦଳରେ ବସିବାକୁ କଂଗ୍ରେସ ପାଖରେ ଏବେ ସଂଖ୍ୟା ନାହିଁ। କିନ୍ତୁ ଏବେ ବି ମହାବାତ୍ୟା ମୁକାବିଲା କ୍ଷେତ୍ରରେ ତତ୍କାଳୀନ ଗିରିଧାରୀ ସରକାର ବିଫଳ ହୋଇଥିଲେ ବୋଲି କଂଗ୍ରେସ ନେତା ମାନିବାକୁ ନାରାଜ ।

ଏବେ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ମଡେଲ ରାଜ୍ୟ ପାଲଟିଛି।  ମହାବାତ୍ୟାକୁ ନେଇ ଯେବେ ବି ଓଡ଼ିଶାରେ ଆଲୋଚନା ହୁଏ ସେତେବେଳେ ଗିରିଧାରୀ ଗମାଙ୍ଗଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠେ। ଅଭିଯୋଗ ହୁଏ କି, ସେ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମହାବାତ୍ୟାର ସଠିକ ମୁକାବିଲା କରିଥିଲେ ହୁଏତ ଅନେକ ଜୀବନ ବଞ୍ଚିଯାଇଥାନ୍ତା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe