୧୯୯୬ ବିଶ୍ୱକପ୍ ବିଜେତା ଟିମର ଅଧିନାୟକଙ୍କୁ ଜେଲରେ ବନ୍ଦ କରିବ ପଡ଼ୋଶୀ ଦେଶ,୨୩ କୋଟି ଟଙ୍କାର ରହିଛି ଦୁର୍ନୀତି ମାମଲା

Advertisment

ଅର୍ଜୁନ ରଣତୁଙ୍ଗାଙ୍କ ବଡ଼ ଭାଇ ଧାମିକା ରଣତୁଙ୍ଗା, ଯିଏ କି, ସେତେବେଳେ ସରକାରଙ୍କ ମାଲିକାନାରେ ଥିବା ସିଲୋନ ପେଟ୍ରୋଲିୟମ କର୍ପୋରେସନର ଅଧ୍ୟକ୍ଷ ଥିଲେ  ତାଙ୍କୁ ସୋମବାର ଦିନ ଗିରଫ କରାଯାଇଥିଲା । ହେଲେ ତାଙ୍କୁ ତୁରନ୍ତ ଜାମିନ୍ ମିଳିଯାଇଥିଲା । ହେଲେ ମାଜିଷ୍ଟ୍ରେଟ୍ ଧାମିକାଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଧାମିକାଙ୍କର ଶ୍ରୀଲଙ୍କା ସହ ଆମେରିକାରେ ମଧ୍ୟ ନାଗରିକତ୍ୱ ରହିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ ୧୩ ତାରିଖରେ ହେବ ।

SRILANKA

କନକ ବ୍ୟୁରୋ : ଦେଶ ହେଉ କି ବିଦେଶ ଖେଳାଳିଙ୍କ ପଛରେ ସବୁବେଳେ ବିବାଦ ଲାଗି ରହିଥାଏ । ଖେଳ ପାଇଁ ଯେତିକି ବିବାଦ ନଥାଏ, ଖେଳ ବାହାରେ ବ୍ୟକ୍ତିଗତ ଜୀବନକୁ ନେଇ ତା ଠାରୁ ଅଧିକ ବିବାଦ ଥାଏ । ଯଦି କୌଣସି ଖେଳାଳି ନେତା କିମ୍ବା ମନ୍ତ୍ରୀ ହୋଇଗଲେ ତେବେ ବିବାଦ ତାଙ୍କ ପଛକୁ ପଛ ଲାଗି ରହୁଥିବାର ଦେଖିବାକୁ ମିଳିଛି । ଏବେ ଆମେ ଆପଣଙ୍କ ପାଖରେ ଶ୍ରୀଲଙ୍କାର ଜଣେ ପୂର୍ବତନ ଅଧିନାୟକଙ୍କ କଥା କହିବାକୁ ଯାଉଛି । ୧୯୯୬ ବିଶ୍ୱକପ୍ ବିଜେତା ଶ୍ରୀଲଙ୍କା ଟିମର କ୍ୟାପଟେନ ଥିଲେ ଅର୍ଜୁନ ରଣତୁଙ୍ଗା । ଏବେ ତାଙ୍କୁ ଶ୍ରୀଲଙ୍କା ସରକାର ଗିରଫ କରିବାକୁ ଯୋଜନା କରୁଛନ୍ତି । ଅର୍ଜୁନ ରଣତୁଙ୍ଗା କ୍ରିକେଟରୁ ଅବସର ନେବା ପରେ ଦେଶର ପେଟ୍ରୋଲିୟମ ମନ୍ତ୍ରୀ ହୋଇଥିଲେ । ତାଙ୍କ କାର୍ଯ୍ୟକାଳରେ ତାଙ୍କ ବିଭାଗରେ ହୋଇଥିବା ଦୁର୍ନୀତି ଉପରୁ ଏବେ ପରଦା ହଟୁଛି । 

ଶ୍ରୀଲଙ୍କାରେ ସାମୁ୍ଦ୍ରିକ ବାତ୍ୟା ଡିଟୱାର ତାଣ୍ଡବ ପରେ ହାହାକାର,  ବନ୍ୟା ଓ ଭୁସ୍ଖଳନରେ ଗଲାଣି ୩୩୦ରୁ ଅଧିକ ଲୋକଙ୍କ ଜୀବନ

ସୋମବାର ଦିନ ଶ୍ରୀଲଙ୍କାର ଏକ ଯାଂଚ ଏଜେନ୍ସି କୋର୍ଟକୁ ଦେଇଥିବା ତଥ୍ୟ ମୁତାବକ ଅର୍ଜୁନ ରଣତୁଙ୍ଗା ମନ୍ତ୍ରୀ ଥିବା ବେଳେ ନିଜ ଭାଇଙ୍କ ପ୍ରତି ଅନୁକମ୍ପା ଦେଖାଇଥିଲେ । ଏଥିରେ ୨୩ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି । ଦୁର୍ନୀତି ଅଭିଯୋଗର ଯାଂଚ ପାଇଁ ଗଠିତ ଆୟୋଗ ମୁତାବକ ୨୦୧୭ ରେ ହୋଇଥିବା ଏକ ଚୁକ୍ତିରେ ଶ୍ରୀଲଙ୍କାର ୨୩.୫ କୋଟି ଟଙ୍କା କ୍ଷତି ହୋଇଛି । କଲମ୍ବୋ ମାଜିଷ୍ଟ୍ରେଟଙ୍କ ନିକଟରେ ଯାଂଚ ଏଜେନ୍ସି କହିଛି କି, ଅର୍ଜୁନ ରଣତୁଙ୍ଗା ବିଦେଶ ଗସ୍ତରୁ ଫେରିବା ପରେ ତାଙ୍କୁ ଗିରଫ କରାଯିବ । 

ଖେଳାଳିଙ୍କୁ ଧମକାଇଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ, ୧୨ ଜଣଙ୍କର ମୃତ୍ୟୁ ପରେ ଭୟଭୀତ ଶ୍ରୀଲଙ୍କା କ୍ରିକେଟ ଦଳ

ଅର୍ଜୁନ ରଣତୁଙ୍ଗାଙ୍କ ବଡ଼ ଭାଇ ଧାମିକା ରଣତୁଙ୍ଗା, ଯିଏ କି, ସେତେବେଳେ ସରକାରଙ୍କ ମାଲିକାନାରେ ଥିବା ସିଲୋନ ପେଟ୍ରୋଲିୟମ କର୍ପୋରେସନର ଅଧ୍ୟକ୍ଷ ଥିଲେ  ତାଙ୍କୁ ସୋମବାର ଦିନ ଗିରଫ କରାଯାଇଥିଲା । ହେଲେ ତାଙ୍କୁ ତୁରନ୍ତ ଜାମିନ୍ ମିଳିଯାଇଥିଲା । ହେଲେ ମାଜିଷ୍ଟ୍ରେଟ୍ ଧାମିକାଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଧାମିକାଙ୍କର ଶ୍ରୀଲଙ୍କା ସହ ଆମେରିକାରେ ମଧ୍ୟ ନାଗରିକତ୍ୱ ରହିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ ୧୩ ତାରିଖରେ ହେବ ।

୧୯୯୬ ମସିହାରେ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ପରାଜିତ କରି ବିଜେତା ହୋଇଥିଲା । ଏହା ଶ୍ରୀଲଙ୍କା ପାଇଁ କ୍ରିକେଟରେ ବଡ଼ ଉପଲବ୍ଧି ଥିଲା । ଏବେ ଶ୍ରୀଲଙ୍କାର ରାଷ୍ଟ୍ରପତି ଥିବା ଅନୁରା କୁମାର ଦିସାନାୟକଙ୍କ ସରକାର ଦ୍ୱାରା ଦୁର୍ନୀତି ନିବାରଣ ନେଇ ଚାଲିଥିବା ଅଭିଯାନରେ ଏହି ଦୁର୍ନୀତି ଏକ ବଡ଼ ଦୁର୍ନୀତି ବୋଲି ଗଣନା କରାଯାଇଛି । ସେପଟେ ଅର୍ଜୁନ ରଣତୁଙ୍ଗାଙ୍କ ଅନ୍ୟ ଜଣେ ଭାଇ ପ୍ରସନ୍ନା ରଣତୁଙ୍ଗା ପୂର୍ବ ସରକାରରେ ପର୍ଯ୍ୟଟନ ମନ୍ତ୍ରୀ ଥିଲେ । ଗତମାସରେ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe