କନକ ବ୍ୟୁରୋ : ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଜାମିନରେ ଥିବାବରିଷ୍ଠ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ଅଡ଼ୁଆ ବଢ଼ିଲା । ସଂପୃକ୍ତ ମାମଲାରେ ଜଗଦୀଶଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି । ଦଙ୍ଗା ଓ ହତ୍ୟା ପାଇଁ ଉସକାଇଥିବା ଅଭିଯୋଗରେ ଏହି ଚାର୍ଜଫ୍ରେମ ହେବ । ସେପଟେ ସଂପୃକ୍ତ ଘଟଣାରେ ଠାକୁର ସିଂ, ବାଦଲ ସିଂ ଓ ଗୁରୁଚନ ସିଂଙ୍କ ହତ୍ୟା ମାମଲା ଉପରେ ସିବିଆଇ ତଦନ୍ତ କରୁଛି । କୋର୍ଟଙ୍କ ମୁତାବକ ସେପ୍ଟେମ୍ବର ୧୩ ତାରିଖରେ ଚାର୍ଜଫ୍ରେମ କରାଯିବ । ଗତବର୍ଷ ମଧ୍ୟ ସଂପୃକ୍ତ ମାମଲାରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା । ସିବିଆଇ ଦର୍ଶାଇଥିଲା ଯେ ଏହି ମାମଲାରେ ଟାଇଟଲରଙ୍କ ସଂପୃକ୍ତି ନେଇ ଯଥେଷ୍ଟ ପ୍ରମାଣ ରହିଛି । ସେପଟେ ଏହି ମାମଲାରେ ଟାଇଟଲର ନିଜକୁ ନିର୍ଦ୍ଦୋଷ ବୋଲି କହିଆସୁଛନ୍ତି । ସେ ୨୦୨୨ ରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ।