କନକ ବ୍ୟୁରୋ: ସାଲେପୁର ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଉତ୍ତର ରଖିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଲେ ରାଜ୍ୟରେ ଏବେ ବିଭିନ୍ନ ଜିଲ୍ଲାକୋର୍ଟରେ ମୋଟ ୧୦୪୦ ବିଚାରପତିଙ୍କ ସଂଖ୍ୟା ରହିଛି ସେଥିରୁ ଏବେ ୧୯୫ ଟି ବିଚାରପତି ପଦ ଖାଲି ପଡିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନାମା ଅନୁସାରେ ଖାଲି ପଡିଥିବା ପଦ ଗୁଡିକୁ ପୂରଣ କରିବାକୁ ପ୍ରକ୍ରିୟା ଚାଲିଛି ।
ବିଚାରପତିଙ୍କ ଅଭାବ ରହିଥିବାରୁ କୋର୍ଟରେ ଥିବା ମାମଲାଗୁଡିକ ମଧ୍ୟ ବିଚାର ହୋଇନପାରି ବର୍ଷ ବର୍ଷ ଧରି ପଡିରହିଛି । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଓଡ଼ିଶା ଉଚ୍ଚନ୍ୟାୟାଳୟରେ ଏବେ ପଡି ରହିଛି ୧,୪୨,୮୫୮ଟି ମାମଲା । ଓଡ଼ିଶା ଉଚ୍ଚନ୍ୟାୟାଳୟରେ ବକେୟା ଥିବା ମାମଲା ଗୁଡିକର ତ୍ୱରିତ ସମାଧାନ କରିବା ପାଇଁ ଉଚ୍ଚନ୍ୟାୟାଳୟରେ ବିଚାରପତି ସଂଖ୍ୟାକୁ ବୃଦ୍ଧି କରାଯିବ ବୋଲି ବିଧାନସଭାର ଲିଖିତ ଉତ୍ତରରେ କହିଲେ ଆଇନ ମନ୍ତ୍ରୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/nnG5rMuMPbjurVAGyv1m.jpg)