କନକ ବ୍ୟୁରୋ : ଭୁବନେଶ୍ୱରର ୧୯୧ଟି ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ। ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଡିଏ ଅଧୀନରେ ବେଆଇନ ଭାବେ ୪୯୧ଟି ଆପାର୍ଟମେଣ୍ଟ ରହିଥିବା ଅଭିଯୋଗ ରହିଛି। ଏଥିମଧ୍ୟରୁ ୧୯୧ଟି ଭାଙ୍ଗିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସେହିପରି ୬୩ଟି ମାମଲା ଖାରଜ ହୋଇଥିବା ବେଳେ ୨୩୭ଟି ବିଚାରାଧୀନ ରହିଛି। ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଲିଖିତ ଆକାରରେ ଏହି ଉତ୍ତର ରଖିଛନ୍ତି।
ଭଙ୍ଗାଯିବ ୧୯୧ଟି ବେଆଇନ ଆପାର୍ଟମେଣ୍ଟ । ବିଡିଏ ଅଧୀନରେ ୪୯୧ଟି ବେଆଇନ ଆପାର୍ଟମେଣ୍ଟ ଥିବା ଅଭିଯୋଗ
Advertisment
Follow Us