କନକ ବ୍ୟୁରୋ: ସାବଧାନ ହୋଇଯାଆନ୍ତୁ ବେଆଇନ ଆପାର୍ଟମେଣ୍ଟ ନିର୍ମାଣକାରୀ । କାରଣ ମାଟିରେ ମିଶିବ ବେଆଇନ ଆପାର୍ଟମେଣ୍ଟ । ରାଜଧାନୀରେ ଧୂଳିସାତ ହେବ ୧୯୧ ଅଟ୍ଟାଳିକା । ଭୁବନେଶ୍ୱରରେ ଖୁବଶୀଘ୍ର ଏଭଳି ଆପାର୍ଟମେଣ୍ଟ ଉପରେ ଚାଲିବ ବୁଲଡୋଜର । ଆକ୍ସନ ମୋଡକୁ ଆସିଛି ନଗର ଉନ୍ନୟନ ବିଭାଗ । ଆଇନକୁ ଉଲ୍ଲଙ୍ଘନ କରି ନିର୍ମାଣ ହୋଇଥିବା ଆପାର୍ଟମେଣ୍ଟକୁ ଭଙ୍ଗାଯିବ । ବିଧାୟକ ରାଜା ସ୍ୱାଇଁଙ୍କ ପ୍ରଶ୍ନକୁ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ପ୍ରଶ୍ନ
- ବେଆଇନ ଆପାର୍ଟମେଣ୍ଟ ବିରୋଧରେ କି ଆକ୍ସନ ନିଆଯାଇଛି?
ଉତ୍ତର
- ବିଡିଏ ଅଧିନରେ ବେଆଇନ ଭାବେ ୪୯୧ଟି ଆପାର୍ଟମେଣ୍ଟ ଅଛି
- ଏଥିରୁ ୧୯୧ଟି ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର
- ସେହିପରି ୬୩ ମାମଲା ଖାରଜ ହୋଇଥିବା ବେଳେ ୨୩୭ ମାମଲା ବିଚାରାଧୀନ ରହିଛି
କିଛି ଦିନ ପୂର୍ବରୁ ବିଭାଗ ତରଫରୁ କୁହାଯାଇଥିଲା, ରାଜ୍ୟରେ ୭୧୯ଟି ବେଆଇନ ଆପାର୍ଟମେଣ୍ଟ ଅଛି । କିଛି ଦିନ ତଳେ ବିଲ୍ଡିଂ ପ୍ଲାନ ଆପ୍ରୁଭାଲ ନେଇ ବିଡିଏ ଓ ବିଏମସିକୁ ସ୍ପଷ୍ଟୀକରଣ ମାଗିଥିଲା ସାଧାରଣ ପ୍ରଶାସନ ବିଭାଗ । ଆଜି ରାଜ୍ୟ ସରକାର ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ଘୋଷଣା କରିବା ପରେ ବିଲ୍ଡର ଓ ଆପାର୍ଟମେଣ୍ଟ ମାଲିକଙ୍କ ମଧ୍ୟରେ ଛନକା ପଶିଛି । ଏବେ ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବା ନେଇ ଘୋଷଣା ପରେ ପ୍ରଶ୍ନ ଉଠୁଛି ବେଆଇନ ନିର୍ମାଣ ବେଳେ କାହିଁକି ନିୟମକୁ ଧ୍ୟାନ ଦିଆଯାଇନଥିଲା?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/TEE112Zpd8V9rMBS1gXS.jpg)