କନକ ବ୍ୟୁରୋ: କୋଲକାତା ନିଆଁ ନଥମୁଣୁ ମହାରାଷ୍ଟ୍ର ରତ୍ନଗିରିରୁ ଆସିଛି ଆଉ ଏକ ଛାତିଥରା ଖବର । ୧୯ ବର୍ଷୀୟା ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ଅଟୋ ଡ୍ରାଇଭର । ଏହି ଘଟଣାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଜନତା ।
ସୂଚନା ମୁତାବକ, ଏହି ଘଟଣା ସୋମବାର ଘଟିଛି । ଛାତ୍ରୀଜଣକ କ୍ଲାସ ସାରି ଘରକୁ ଯିବା ପାଇଁ ଅଟୋ ଧରିଥିଲେ । ଅଟୋରେ ଡ୍ରାଇଭର ତାଙ୍କୁ ପିଇବାକୁ ପାଣି ବୋତଲ ଦେଇଥିଲା । ହେଲେ ସେ ପାଣିରେ ପୂର୍ବରୁ ନିଶା ମିଶିଥିଲା । ଛାତ୍ରୀ ଜଣକ ଏହି ପାଣି ପିଇ ବେହୋସ୍ ହୋଇଯିବା ପରେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇଯାଇ ଦୁଷ୍କର୍ମ କରଇଥିଲା ଅଟୋ ଡ୍ରାଇଭର ।
ଘରକୁ ଗୁରୁତର ଅବସ୍ଥାରେ ଫେରି ଜଣାଇବା ପରେ ଛାତ୍ରୀଙ୍କ ପରିବାର ଲୋକେ ପୋଲିସରେ ମାମଲା ଦାଏର କରିଥିଲେ । ପୋଲିସ ଏହି ଘଟଣାର ଛାନବିନ୍ କରିବା ସହ ସ୍ଥାନୀୟ ଅଞ୍ଚର ସମସ୍ତ ସିସିଟିଭିକୁ ଯାଞ୍ଚ କରୁଛି । ଏହି ଘଟଣାକୁ ବିରୋଧ ଗିରି ରତ୍ନଗିରିରେ ଜନ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି ।
ମହାରାଷ୍ଟ୍ରରେ ପୁଣି ଲଜ୍ଜା ; ନିଶା ଦେଇ ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ଅଟୋ ଡ୍ରାଇଭର
କୋଲକାତା ନିଆଁ ନଥମୁଣୁ ମହାରାଷ୍ଟ୍ର ରତ୍ନଗିରିରୁ ଆସିଛି ଆଉ ଏକ ଛାତିଥରା ଖବର । ୧୯ ବର୍ଷୀୟା ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ଅଟୋ ଡ୍ରାଇଭର । ଏହି ଘଟଣାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଜନତା ।