ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ଜଣଙ୍କୁ ମିଳିବ ପୋଲିସ ସେବା ପଦକ

Advertisment

ସେବାରେ ପ୍ରଂଶସନୀୟ କାର୍ଯ୍ୟ ପାଇଁ ୧୧ ପୋଲିସଙ୍କୁ ମିଳିବ ପୁରସ୍କାର । ଅଗ୍ନିଶମ ସେବାରେ ଭମରବର ସେଠ୍‌ଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବ ।

ସେବାରେ ପ୍ରଂଶସନୀୟ କାର୍ଯ୍ୟ ପାଇଁ ୧୧ ପୋଲିସଙ୍କୁ ମିଳିବ ପୁରସ୍କାର । ଅଗ୍ନିଶମ ସେବାରେ ଭମରବର ସେଠ୍‌ଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବ ।

Police Service Medal

Photograph: (KanakNews )

କନକ ବ୍ୟୁରୋ :ଓଡ଼ିଶାରେ ୧୯ ଜଣଙ୍କୁ ପୁଲିସ ସେବା ପଦକ। ୨ ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର। ପୋଲିସ ସୁପରିଟେଡେଣ୍ଟ ସରୋଜ ସମାଲଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର। କନଷ୍ଟେବଳ ସତ୍ୟବାଦୀ ମଲ୍ଲିକଙ୍କୁ ରାଷ୍ଟ୍ରପତି ପୁରସ୍କାର। ୬ ପୋଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର। ୩ ଜଣ କନଷ୍ଟେବଳ, ୨ ହାବିଲଦାର, ଜଣେ ସବ-ଇନସ୍ପେକ୍ଟର ପାଇବେ ସାହସିକତା ପୁରସ୍କାର ।

ସବ-ଇନସ୍ପେକ୍ଟର ଗିରିଶ ଚନ୍ଦ୍ର ମାଝୀ, ହାବିଲଦାର ପବିତ୍ର କୁମାର ସାହୁ ଓ ଉମେଶ ମୁଣ୍ଡା, କନଷ୍ଟେବଳ ପିତାମ୍ବର ସତ୍‌ନାମି, କବି ଚନ୍ଦ୍ର ରାଉତ ଓ ସୁଶାନ୍ତ କୁମାର ସାଗର ପାଇବେ ସାହସିକତା ସମ୍ମାନ । ସର୍ବଶ୍ରେଷ୍ଠ ସେବା ପାଇଁ ୧୧ ଜଣଙ୍କୁ ସମ୍ମାନିତ କରାଯିବ । କନଷ୍ଟେବଳ ପରିତୋଷ ମଣ୍ଡଳ, ସବ-ଇନସ୍ପେକ୍ଟର ସେକ ଅବ୍ଦୁଲ ଫୟାଜ, କନଷ୍ଚେବଳ ମହମ୍ମଦ ତୋଷିଫ ରବାନି, ଏଏସଆଇ ଶରତ ଚନ୍ଦ୍ର ବେହେରା, ଏଏସଆଇ ତେଜବାହାଦୁର ଗୁରୁଙ୍ଗ, କନଷ୍ଟେବଳ ତ୍ରିଲୋଚନ ବୁଧିଆ, ହାବିଲଦାର ଅତୁଲ କୁମାର ବିଶ୍ବାଳ, ହାବିଲଦାର ଜୟନ୍ତୀ ସୁନା, ହାବିଲଦାର ମନୋଜ କୁମାର ଜେନା, ହାବିଲଦାର ଦେବ ପ୍ରସାଦ ମହାନ୍ତି, ଓ କନଷ୍ଟେବଳ ନରେଶ କୁମାର ଚୌଧୁରୀଙ୍କୁ କରାଯିବ ପୁରସ୍କୃତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe