ଉପର ମହାନଦୀରେ ୧୯ ମିଲିମିଟର ବର୍ଷା,  ବଢୁଛି ହୀରାକୁଦର ଜଳସ୍ତର

Advertisment

ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଆଗାମୀ ୪ ଦିନ ରାଜ୍ୟରେ ନାହିଁ ବଡ଼ ବର୍ଷା ।

ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଆଗାମୀ ୪ ଦିନ ରାଜ୍ୟରେ ନାହିଁ ବଡ଼ ବର୍ଷା ।

ବଢୁଛି ହୀରାକୁଦ ଜଳସ୍ତର

ବଢୁଛି ହୀରାକୁଦ ଜଳସ୍ତର Photograph: (KanakNews)

କନକ ବ୍ୟୁରୋ:  ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଗତକାଲି ରାଜ୍ୟର ୧୫ଟି ବ୍ଲକ ହେଡକ୍ୱାର୍ଟରରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସର୍ବାଧିକ ୮୮ ମିଲିମିଟର ବର୍ଷା ପଦ୍ମପୁରରେ ହୋଇଛି । ଉପର ମହାନଦୀରେ ୧୯ ମିଲିମିଟର ବର୍ଷା ରେକର୍ଡ ହେଇଛି । ଜଳକାରେ ବନ୍ୟା ସ୍ଥିତି ରହିଥିବା ବେଳେ ବୈତରଣୀ ବିପଦ ସଂକେତ ତଳେ ରହିଛି ।

ହୀରାକୁଦର ଜଳସ୍ତର ବୃଦ୍ଧି ହେଇଛି । ୩ ଲକ୍ଷ ୨୪ ହଜାର କ୍ୟୁସେକ ଜଳ ହୀରାକୁଦ ଜଳଭଣ୍ଡାରକୁ ପଶୁଥିବା ବେଳେ ଏବେ ୨୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ସେପ୍ଟମ୍ବର ୭ରେ ସାଢ଼େ ୪ଲକ୍ଷ ବନ୍ୟାଜଳ ମୁଣ୍ଡୁଳିରେ ପ୍ରଭାହିତ ହେବ । ଆଗାମୀ ୪ ଦିନ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ନଥିବା ସୂଚନା ମିଳିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe