କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଗତକାଲି ରାଜ୍ୟର ୧୫ଟି ବ୍ଲକ ହେଡକ୍ୱାର୍ଟରରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସର୍ବାଧିକ ୮୮ ମିଲିମିଟର ବର୍ଷା ପଦ୍ମପୁରରେ ହୋଇଛି । ଉପର ମହାନଦୀରେ ୧୯ ମିଲିମିଟର ବର୍ଷା ରେକର୍ଡ ହେଇଛି । ଜଳକାରେ ବନ୍ୟା ସ୍ଥିତି ରହିଥିବା ବେଳେ ବୈତରଣୀ ବିପଦ ସଂକେତ ତଳେ ରହିଛି ।
ହୀରାକୁଦର ଜଳସ୍ତର ବୃଦ୍ଧି ହେଇଛି । ୩ ଲକ୍ଷ ୨୪ ହଜାର କ୍ୟୁସେକ ଜଳ ହୀରାକୁଦ ଜଳଭଣ୍ଡାରକୁ ପଶୁଥିବା ବେଳେ ଏବେ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ସେପ୍ଟମ୍ବର ୭ରେ ସାଢ଼େ ୪ଲକ୍ଷ ବନ୍ୟାଜଳ ମୁଣ୍ଡୁଳିରେ ପ୍ରଭାହିତ ହେବ । ଆଗାମୀ ୪ ଦିନ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ନଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/05/hirakud-2025-09-05-14-00-51.jpg)